ପହିଲି ସକାଳ
ପହିଲି ସକାଳ
ସମୟର ଡାକ ଶୁଣି ପାରୁଛ କି ନାହିଁ
ଚାଲିଯିବ ସିଏ କର୍ତ୍ତବ୍ୟର ପଥେ
କେବେ ତଟିନୀ ପରି ଦିଗ ବଦଳାଇ
କେବେ ଅଫେରନ୍ତା ଶବ ସାଜି
ତୁମେ ସ୍ମୃତିର ଫରୁଆରୁ ହେଉଥିବ ଖୋଜି ।
ପଥିକ ସେ ପଥପ୍ରାନ୍ତେ ବସିପାରେ ଘଡିଏ
ହେଲେ ଅଟକିବନି ବେଶୀ ସମୟ
ହେଉ ପଛେ ଧୂଧୂ ଖରା ଅବିଶ୍ରାନ୍ତ ବର୍ଷା
ଝରିପଡୁ ପଛେ କାକର ଟୋପା ଶୀତୁଆ ସକାଳେ
ଗୀତ ଗାଇ ଚାଲିଥିବ ବସନ୍ତର ଫୁଲେ ।
ସମ୍ଭାବନା ଭରପୁର ନେଇ ବିଛୁରିତ ଆଲୋକ
ଅସଂଖ୍ୟ ଆଖିରେ ଆଶା ଆକାଂକ୍ଷାର ଗନ୍ତାଘର
ଐଶ୍ୱର୍ଯ୍ୟ ଖୋଜେ କିଏ କିଏ ମୁନ୍ଦିଏ ତୋରାଣି
ନୂତନ ଛାଉଣୀ ହୁଏ କେ କିଏ ଚିରାଫଟାରେ ସନ୍ତୁଷ୍ଟ
ଖୋଜୁ ଖୋଜୁ ଅମୃତ ହୁଏ ପଥଭ୍ରଷ୍ଟ ।
ସିନ୍ଦୂରା ଫାଟିଲାଣି ହେଲାଣି ଆଲୋକିତ ଚତୁର୍ଦ୍ଦିଗ
ସମୟର ସତର୍କଘଣ୍ଟି କାନରେ ବାଜେ ଅହରହ
ବୋମାର ଗର୍ଜନ ନା ହୁଅନା ଦାନବ
ପୂର୍ବ ଓ ପଶ୍ଚିମ ଏକତ୍ରିତ ଗୋଟିଏ ମୈଦାନରେ
ଆହ୍ଵାନ କରୁଛି ପହିଲି ସକାଳ ଦୂର ଦିଗବଳୟରେ ।
