STORYMIRROR

Geetanjali Prusty

Abstract Others

4  

Geetanjali Prusty

Abstract Others

ପହିଲି ପୁଲକ

ପହିଲି ପୁଲକ

1 min
14


ମୋ ଗାଆଁ ମାଟିର ପହିଲି ପୁଲକ

ମଧୁ ଠୁ ମଧୁର ଛୁଆଁ

ଯେଉଁଠି ବହୁଛି ପୁଣ୍ୟ କାଠଯୋଡ଼ି

କରୁଛି ମୋତେ କିମିଆ ll


ଜନମି ଯେଉଁଠି ଯା' ପାଣି ପବନେ

ଗଢ଼ା ହେଲା ମୋର ତନୁ

ସେଇ ମାଟି ମୋର ରମ୍ୟ ତପୋବନ 

କେବେ ଲିଭିବନି ମନୁ ll


କେତେ ସନ୍ତାନଙ୍କୁ ଜନମ ଦେଇଛି

ଛୋଟରୁ କରିଛି ବଡ଼

କେତେ ପୁଣି ଏଠୁ ବିଦାୟ ନେଲେଣି

ଜୀବନକୁ କରି ଜଡ଼ ll


ଜୀବ ଚାଲିଯିବ ସମୟ ସାଥୀରେ

ରହିଯିବ କିଛି ସ୍ମୃତି

ସବୁ ସ୍ମୃତିକି ଯେ ସାଇତି ରଖିଛି

ସେଇ ମୋର ଜନ୍ମମାଟି ll


କରିନାହିଁ କେବେ କାହାକୁ ସେ ପର

ସଭିଏଁ ତା' ଆପଣାର

ମାଟି ପାଣି ସାଙ୍ଗେ ତା' ସ୍ନେହ ମମତା

ସମୀରଣ ସୁମଧୁର ll


କେଡ଼େ ମନଲୋଭା ତା'ଶ୍ୟାମଳ ଶୋଭା

ନଦନଦୀ ଗିରି ବନ

ସକାଳରୁ ସଞ୍ଜ ତା' ଗୋଧୂଳି ବେଳ

କିଣି ନିଏ ମୋର ମନ ll


ପର୍ବତ ପ୍ରାନ୍ତର ଦେବତା ମନ୍ଦିର

ସବୁ ତାର ମହନୀୟ

ସେଇ ମାତୃଭୂମି ମହାନ ମାଟିର

କରୁଛି ମୁଁ ଜୟଜୟ ll



Rate this content
Log in

Similar oriya poem from Abstract