ପହିଲି ଆଷାଢ଼ର ଛୁଆଁରେ
ପହିଲି ଆଷାଢ଼ର ଛୁଆଁରେ


ଆକାଶରେ ଭେଳା ଭେଳା ମେଘର ପଟୁଆର,
ଧରିତ୍ରୀର ଦୀର୍ଘ ପ୍ରତୀକ୍ଷାର ଅନ୍ତ ସହ
ପିପାସୁ ଚାତକର ତୃଷା ନିବାରଣ ଓ ପ୍ରକ୍ରୃତିର ସବୁଜ ପରିଧାନ।
ନଈ ନାଳ , ପୋଖରୀ , ଗାଡ଼ିଆ ଉବୁଟୁବୁ
ପ୍ରଖର ଜଳସ୍ରୋତରେ,
କିଶୋରୀ ମନରେ ଅହେତୁକ ଶୀହରଣ
ଗାଁ ଦାଣ୍ଡ କର୍ଦ୍ଦମାକ୍ତ ବୃକ୍ଷ ଲତା କଦମ୍ବୀତ,
ସାଧବବୋହୁର ଥିରି ଥିରି ଚାଲି ଓ
ଲଳନାର ଅଲକ୍ତକ ପାଦ ଚିହ୍ନରେ ନଈ ପଠା ହୁଏ ଚିତ୍ରିତ।
ଏଇତ ବର୍ଷା !
ଖୋଲି ଦିଏ ସଭିଙ୍କ ସ୍ମୃତିର ଝରକା
ବାହିନିଏ ସ୍ୱପ୍ନର ନଉକା।
ବର୍ଷା, ସଭିଙ୍କର ଚିର ପ୍ରତିକ୍ଷୀତ ଅତିଥିଟିଏ,
ନ ଆସିଲେ ହଇ ଚଇ ପଡ଼ି ଯାଏ,
ଆସିବା ପରେ ବେଶି ଦିନରହିଗଲେ
ହା ହା କାର ଛାଇଯାଏ।