STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ଫେରିଆସ ମଧୁବାବୁ

ଫେରିଆସ ମଧୁବାବୁ

1 min
258

"ଉଠରେ ଉଠରେ ଉତ୍କଳ ସନ୍ତାନ

ଉଠିବୁ ଆଉ ତୁ କେତେ ଦିନେ

ପୂରୁବ ଗୌରବ ପୂରୁବ ମହିମା

ପଡୁନାହିଁ କି ରେ ତୋର ମନେ"


"ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ

ଦେଶର ସୌରାଜ୍ୟ ପଥେ ଯେତେ

ପୁରୁ ପଡ଼ୁ ତହିଁ ମୋର ମାଂସ ହାଡ଼"


ସେହି କାଳଜୟୀ ଉକ୍ତି

କଥାରେ ନୁହଁ ସେ

କାର୍ଯ୍ୟରେ କରିସେ

କାଳଜୟୀ କୀର୍ତ୍ତି ଗଢି

ସେହି କାଳଜୟୀ କବିତାକୁ

ଓଡ଼ିଆ ବାସୀଙ୍କ ମନେ ରହି

ଖୋଜନ୍ତି ସଭିଏଁ ସେମିତି ସେବକ

ଓଡିଶା ବାସୀଙ୍କୁ ଲୋଡ଼ା

ରାଇଜଟା ଏବେ ଶ୍ରୀହୀନ ହେଲାଣି

ଝୁରୁଛି ଓଡ଼ିଆ ବସିଛି ଅନାଇ

ମଧୁବାବୁଙ୍କ ବାହୁଡା଼

ଏ ପୁଣ୍ୟ ତିଥିରେ

କାଳଜୟୀ ତୁମେ

ଭାରି ମନେପଡ଼ ଏବେ

ପୂରୁବ ଗୌରବ ପୂରୁବ ମହିମା

ଆଉ ନାହିଁ ଏ ରାଇଜେ 

ବାହୁଡ଼ି ଅସହେ ମଧୁସୂଦନ

ତୁମ ଉପସ୍ଥିତି ଲୋଡ଼ା

ତୁମେ ନ ଆସିଲେ ଓଡ଼ିଆ ଜାତିଟା

ହରାଇବ ତାର ସତ୍ତା ll


Rate this content
Log in

Similar oriya poem from Classics