Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

ଫେରିଆ ମୋ ସାଥି ଝୁରୁଛି ତୋତେ

ଫେରିଆ ମୋ ସାଥି ଝୁରୁଛି ତୋତେ

1 min
324



ସୂରୁଜ ଉଇଁଲେ  ସୁନେଲି କିରଣେ

  ଝଲସି ଉଠେ ମୋ ଗାଆଁ

ହାତ ଠାରି ମୋତେ  ଡାକଇ ପାଖକୁ

   କହଇ ଖେଳିବୁ ଆ ।


ଘାସ ପଡିଆର   ଚିକିମିକି ଖରା

   କଅଁଳା ବାଛୁରୀ ଡିଆଁ

ଉଡି ବୁଲୁଛନ୍ତି   କଙ୍କି ପ୍ରଜାପତି

   ଧରିବୁ ଗୋଡାଇ ଆ ।


ନଈକୂଳ ପଠା   ଗହଳ ଚହଳ

   ପକ୍ଷୀ ମାନଙ୍କର ମେଳା

ଉଡି ଯାଉଛନ୍ତି  ଗେଣ୍ଡା ଗେଣ୍ଡାଳିଆ

   ଗଣିଦେ ପରଟି ଭଲା ।


ଗାଆଁ ଆମ୍ବତୋଟା  ଗହଳ ବଗିଚା

   ଭିତରେ କୋଇଲି ଲୁଚି

ଗାଇଲାଣି ଗୀତ  ମିଠା କୁହୁ କୁହୁ

   ଝଡିଲାଣି ଆମ୍ବ ପାଚି ।


ମନେ ପଡିଯାଏ  ଆଜି ଅପରାହ୍ନେ

   ସଞ୍ଜ ଯେବେ ନଇଁ ଆସେ

ଡାକୁଛି ମୋ ଗାଆଁ ଫେରିଆ ମୋ ସାଥି

   ଝୁରୁଛି ତୋତେ ମୁଁ କେତେ ।

     ------



Rate this content
Log in

Similar oriya poem from Inspirational