ପଦଟିଏ ତୋ ନାଁରେ ପ୍ରିୟା -୨୭
ପଦଟିଏ ତୋ ନାଁରେ ପ୍ରିୟା -୨୭


ମୁଁ ତୁମକୁ ପଚାରିଲି
ତୁମେ ମୋତେ କେତେ ଭଲ ପାଅ ?
ତୁମେ କହିଲ –
“ଠିକ ଯେତିକି ପକ୍ଷୀଟିଏ
ଆକାଶକୁ ଭଲପାଏ ,
ଯେମିତି ନଦୀଟିଏ ସମୁଦ୍ରକୁ ଭଲପାଏ
ସାରା ପୃଥିବୀର ଘାସ ଗାଲିଚା
ହେଉଛି ମୋ ଭଲ ପାଇବାର ପରିମାପ” ।
ମୁଁ ପଚାରିଲି –
ତୁମର ମୋ ପ୍ରତି ଘୃଣା କେତେ ?
ତୁମେ କହିଲ –
“ଯେତିକି ଘୃଣା ଅନ୍ଧାର ଆଲୋକକୁ କରେ ,
ଯେତିକି ଘୃଣା ତାରାମାନେ ଚନ୍ଦ୍ରକୁ କରନ୍ତି ।
ସମଗ୍ର ଆକାଶର ପରିସୀମା
ହେଉଛି ମୋ ଘୃଣାର ପରିମାପ” !
ଅଶାନ୍ତ, ଉଦବିଘ୍ନ ମୋ ହୃଦୟର
ପୁନଃ ପ୍ରଶ୍ନବାଚୀ ମୋ ଆଖିରେ
ରହିଗଲା, “ଏତେ ଘୃଣା କଣ ପାଇଁ ?”
ଚୁମାଟିଏ ସହ ଉତ୍ତର ଦେଇଥିଲ-
“ଯା’ ବିରହ ମୁହୂର୍ତ୍ତକ ପାଇଁ ଅସହ୍ୟ
ସିଏ ଯଦି ଘଣ୍ଟା ଘଣ୍ଟା , ଦିନ ଦିନ ହୁଏ ଅନ୍ତର୍ଦ୍ଧାନ
ତାକୁ ଘୃଣା କରିବି ନି ତ ଆଉ କଣ.. ?”