ପଦଟିଏ ତୋ ନାଁରେ ପ୍ରିୟା ୧୯
ପଦଟିଏ ତୋ ନାଁରେ ପ୍ରିୟା ୧୯


ବିଶ୍ୱାସ କର
ତୁମ ଓଠ ମଧୁ ସବୁ
ଦୂରେ ଥାଇ ଶୋଶୁଥିବି ସିନା
ପଦ୍ମ ପାଖୁଡାକୁ ସ୍ପର୍ଶ କରିବିନି I
ତୁମ ନେତ୍ର ଉପନ୍ୟାସର
ପୃଷ୍ଠାସବୁ ନିତି
ପଢ଼ୁଥିବି ସିନା
ତୁମ ଉପନ୍ୟାସର
ଚରିତ୍ର ହେବିନି I
ତୁମ ସୀମନ୍ତର
ସୀମାନ୍ତ ପ୍ରହରୀ ମୁଁ
ସୂର୍ଯ୍ୟ ଟୀକା
କେବେ ବି ହେବିନି I