STORYMIRROR

Satyabati Swain

Tragedy

4  

Satyabati Swain

Tragedy

ପଦ୍ମଲୋଚନ

ପଦ୍ମଲୋଚନ

1 min
510

ସବୁଠୁ ସୁନ୍ଦର ମା ମୁହଁ ମୋର

ଦେଖି ନାହିଁ ଯେତେବେଳେ

ଜହ୍ନର ମୁହଁ କେମିତି ଦେଖିବି

ଏଇ ମୋର ଅନ୍ଧ ଡୋଳେ ।


ଅନ୍ଧ କରି ମୋତେ ଗଢ଼ିଛି ବିହି

କିଛି ତ ପାରେନି ଦେଖି

ସବୁଠୁ ସୁନ୍ଦର ମା ମୁହଁ କାଳେ

ଇଚ୍ଛା ଥରେ ଦେଖନ୍ତିକି ।


ସମସ୍ତେ କୁହନ୍ତି ନେଳିଆ ଆକାଶ

ପୃଥିବୀ ଭାରି ସୁନ୍ଦର 

ତାରା ମେଳେ ଜହ୍ନ ରାତି ଦିଶଇ

ଆହା କି ଯେ ଚମତ୍କାର ।


ଅଝଟ ହୋଇଲେ ମା ମୋ କୁହେ

ଜହ୍ନ ମାମୁଁ ଖସି ଆସି

ମୋ ଧନ ପଦ୍ମଲୋଚନ ହାତରେ

ପଡ଼ରେ ଥିଇରି ଖସି।


ମୋ ଭାଇ ଭଉଣୀ ସାଙ୍ଗ ସାଥି

କୁହନ୍ତି ଫୁଲ ସୁନ୍ଦର

"ପଦ୍ମଲୋଚନ' ଆଜନ୍ମ ଅନ୍ଧ ମୁଁ

ମୋ ପାଇଁ ସବୁ ଅନ୍ଧାର।


ନାଲିଆ ଅଧର କଳା ବଦନର

ଗୋଲ ଗୋଲ ଆଖି କାଳେ

ରଙ୍ଗରେ କି ଯାଏ ଆସେ ଅବା

ମୁଁ ରହିଛି ତ କଳା ପୁରେ ।


ଇଚ୍ଛା ମାନେ ଯେବେ ଘୋଡ଼ା ହୋଇ

ନିମିଷେ ଉଡ଼ି ଯାଆନ୍ତା

ମୁଁ ବି ଦେଖନ୍ତି ମା ମାଟି ସୁନ୍ଦର ମୁହଁ

କେହି କିମିଆଁ କରନ୍ତା ।


କିଏ କେଉଁ ରଙ୍ଗ କେମିତି ଦିଶଇ

ମୁଁ ତ ପାରେ ଜାଣି ନାହିଁ

ସ୍ପର୍ଶ କରି ଯାହା ଅନୁଭବେ ସିନା

ସବୁ ତ କଳା ମୋ ନେଇ।


ନିଇତି ସଞ୍ଜ ସକାଳେ ନିରବରେ

ପଚାରେ ମୁଁ କାଳିଆକୁ

ଅନ୍ଧ କରି ମୋତେ କିଆଁ କଲୁ କହ

କାନ୍ଦି କାନ୍ଦି ମରିବାକୁ ।


ଦୀର୍ଘଶ୍ଵାସଟିଏ ପିଞ୍ଜରା ଥରାଇ

ଦିଏ ଏତିକି ଉତ୍ତର

ମୋଠାରୁ ସଂସାରେ କେତେ ଦୁଃଖୀଛନ୍ତି

ମୋ ଦୁଃଖ କିବା ମାତର !


ଯେମିତି ମୋତେ କରିଛନ୍ତି ପ୍ରଭୁ

ଭାବି କି କଥା ମନରେ

ସେତିକି ପାଇଁ ଖୁସି ରହିବି ନିଶ୍ଚେ

ଦୋଷ ଦେବି କିଆଁ କାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy