STORYMIRROR

Bharatabandhu Biswal

Children

2  

Bharatabandhu Biswal

Children

ପଢ଼ିଲେ ପାଠ,ହୋଇବ ଚାଟ

ପଢ଼ିଲେ ପାଠ,ହୋଇବ ଚାଟ

1 min
115


ପୁଅଟି ମୋର ବଡ଼ ସାହସୀ

ନିଡର ହୁସିଆର

ଦଉଡିବନି ମଝି ରାସ୍ତାରେ

ଚାଲିବ ଧୀର ସ୍ଥିର ।

ପିନ୍ଧିବ ନିତି ସଫା ପୋଷାକ

ସୁନା ଟି କଥା ମାନେ

ପକାଇ ଚକା ନିଜ ଆସନେ

ବସିବ ସାଙ୍ଗ ମେଳେ ।

ଗୁରୁ ସାକ୍ଷାତ ବ୍ରହ୍ମା ଓ ବିଷ୍ଣୁ

ଗୁରୁ ତ ମହେଶ୍ୱର

ଗୁରୁଙ୍କ ପାଦେ ମୋ ସୁନାପୁଅ

କରିବ ନମସ୍କାର ।

ଚାଟଶାଳୀରେ ମାନିବ କଥା

କହିବେ ଗୁରୁ ଯାହା

ପଢ଼ିଲେ ପାଠ ହୋଇବ ଚାଟ

ପ୍ରଭୁ କାଳିଆ ସାହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children