ପଛଘୁଞ୍ଚା ନୁହେଁ ଶେଷ
ପଛଘୁଞ୍ଚା ନୁହେଁ ଶେଷ
ଶାନ୍ତଧାରାର କାନ୍ତ ତୁମେ ହେ କର୍ମେ ପୀୟୂଷ ଢାଳ,
ହସ୍ତେ ହସ୍ତ ରଚୁ ଇତିହାସ ଅହଂକାର ସବୁ ଜାଳ ।
ଅଧିର ପବନ ପିଟିଲାଣି ଧିରେ ବିଶ୍ଵାସ ନନେଉ ଧୋଇ,
ଅଶାନ୍ତ ପ୍ରେମର ରୌଦ୍ରତାପରେ ଅହିଂସାର ପଥ ପାଳ ।
ଚନ୍ଦ୍ର ସୂର୍ଯ୍ୟ ତୁମେ ତ ଅନେକ ବଳରେ ବଳୁଆ ରାଜ,
ଆଖିକୁ ଆଖିରେ ମନକୁ ମନରେ ଶତ୍ରୁ ଥାଳରେ ଭାଜ।
ଫେରିବ ଅଦିନେ ଫୁଲର ମହକ ଭାବବାସ୍ନାର ତୀରେ,
ମାଟିର ଚୁମ୍ଵନ ଛୁଇଁବ ଗଗନ ନଥିବ ସହସ୍ର ଭେଦ ।
ଅଧା ରହିବନି ଅଧୁରା ସପନ ସମୟ ଦେଇଛି ଲେଖି,
ଧୈର୍ଯ୍ୟ ଧାର୍ଯ୍ୟ ଶେଷ ନୁହେଁ ତୁମ ଜୀବନ ଡାକରା ଡାକି।
ରାତିର ଆୟୁଷ ସରିଯାଉ ପଛେ ଆତଙ୍କ ଯାଉହେ ଥମି,
ଭବ୍ୟ ସାଗର ସୁନାସୁନା ଦେହେ ନିଜକୁ ପାରିବ ଦେଖି ।
ହଜିବ ଖୋଜିବ ହରାଇ ପାଇବ ଫେରିବ ସେଦିନ ହସ,
ସତ୍ୟ ଶପଥ ବାଜିଗର ତୁୁମେ ପଛଘୁଞ୍ଚା ନୁୁହେଁ ଶେଷ ।
