ପବନ
ପବନ
ଡେଇଁ ପାର ତୁମେ ସମସ୍ତ ଫାଟକ
ଅଲୋଡା ଅଟେ ଟାବିକାଠି
ଗଛର ପତ୍ରକୁ ଝାଡିଦିଅ ତୁମେ
ରହଇ ତାର ଖାଲି କାଠି
ବଡ ଅଟ୍ଟାଳିକା ଥରହର କର
ବାଦଲକୁ ନିଅ ଉଡେଇ
ବଗିଚାରେ ଲୁଚି ଧିରେଧିରେ ପଶି
ଫୁଲକଢ ନିଅ ଚୋରେଇ
ଜାହାଜକୁ ଦିଅ ଜଳରେ ବୁଡେଇ
ସମୁଦ୍ରକୁ ଦିଅ ଘୁଞ୍ଚେଇ
କେବେ ନିଅ ଘର ଛପର ଉଡେଇ
ଫୁଲ ବାସ ନିଅ ଛଡେଇ
ରାଗିଗଲେ ତୁମେ ସାଥିରେ ପ୍ରଳୟ
ଡାକିଆଣଯେ ପୃଥୀବିକୁ
ଥକିଗଲେ କେବେ ଚାଲିଯାଅ ତୁମେ
ନୀରବେ ଟିକେ ଶୋଇବାକୁ
ନଷ୍ଟ କରିପାର କୌଣସି ଶୃଙ୍ଖଳ
ଭାଙ୍ଗି ଦେଇପାର ବନ୍ଧନ
ତୁମେ ଅଟ ମୃତ୍ଯୁ ତୁମେ ଯେ ଜୀବନ
ନାମ ତୁମ ଅଟେ ପବନ
ତୁମ ସାହାଯ୍ଯରେ ଅଗ୍ନି ଜଳୁଥାଏ
ତୁମେ ପୁଣି ପାର ଲିଭେଇ
ତୁମ ବିନା ଜୀବ ପଡି ମରିଯାଏ
ତମେ ରଖିପାର ବଞ୍ଚେଇ
ତୁମବିନା ସଦା ଜୀବ ଜଗତର
ହୁଅଇ ଟଳମଳ ସ୍ଥିତି
ତୁମେ ନରହିଲେ ମଋଭୂମି ହେବ
ଏ ସୁନ୍ଦର ଶ୍ଯାମଳ କ୍ଷିତି
