STORYMIRROR

Priyaranjan Biswal

Abstract

3  

Priyaranjan Biswal

Abstract

ପବନ

ପବନ

1 min
295

ଡେଇଁ ପାର ତୁମେ   ସମସ୍ତ ଫାଟକ

ଅଲୋଡା ଅଟେ ଟାବିକାଠି

ଗଛର ପତ୍ରକୁ   ଝାଡିଦିଅ ତୁମେ

ରହଇ ତାର ଖାଲି କାଠି


ବଡ ଅଟ୍ଟାଳିକା   ଥରହର କର

ବାଦଲକୁ ନିଅ ଉଡେଇ

ବଗିଚାରେ ଲୁଚି   ଧିରେଧିରେ ପଶି

ଫୁଲକଢ ନିଅ ଚୋରେଇ


ଜାହାଜକୁ ଦିଅ   ଜଳରେ ବୁଡେଇ

ସମୁଦ୍ରକୁ ଦିଅ ଘୁଞ୍ଚେଇ

କେବେ ନିଅ ଘର   ଛପର ଉଡେଇ

ଫୁଲ ବାସ ନିଅ ଛଡେଇ


ରାଗିଗଲେ ତୁମେ   ସାଥିରେ ପ୍ରଳୟ

ଡାକିଆଣଯେ ପୃଥୀବିକୁ

ଥକିଗଲେ କେବେ  ଚାଲିଯାଅ ତୁମେ

ନୀରବେ ଟିକେ ଶୋଇବାକୁ


ନଷ୍ଟ କରିପାର   କୌଣସି ଶୃଙ୍ଖଳ

ଭାଙ୍ଗି ଦେଇପାର ବନ୍ଧନ

ତୁମେ ଅଟ ମୃତ୍ଯୁ   ତୁମେ ଯେ ଜୀବନ

ନାମ ତୁମ ଅଟେ ପବନ


ତୁମ ସାହାଯ୍ଯରେ   ଅଗ୍ନି ଜଳୁଥାଏ

ତୁମେ ପୁଣି ପାର ଲିଭେଇ

ତୁମ ବିନା ଜୀବ   ପଡି ମରିଯାଏ

ତମେ ରଖିପାର ବଞ୍ଚେଇ


ତୁମବିନା ସଦା   ଜୀବ ଜଗତର

ହୁଅଇ ଟଳମଳ ସ୍ଥିତି

ତୁମେ ନରହିଲେ   ମଋଭୂମି ହେବ

ଏ ସୁନ୍ଦର ଶ୍ଯାମଳ କ୍ଷିତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract