STORYMIRROR

Shiba Charan Mahapatra

Abstract Others

3  

Shiba Charan Mahapatra

Abstract Others

ପବିତ୍ର ପାପ

ପବିତ୍ର ପାପ

1 min
303


ଅଫୁଟା ଏ ମନ ଚାହେଁ 

ଚାଲିବାକୁ ତୁମ ସାଥେ କିଛି ବାଟ

ମୁଣ୍ଡରେ ମୁଣ୍ଡେଇ 

ଜାଙ୍ଗୁଲିଏ 

ମଧୂର ପାପର ପଙ୍କିଳ ହାଟ 

ସେ ହାଟ ଥିଲା କାହାର ?

ସେ ବାଟ ନିଜ ଇଛାର ନା 

ଆଉ କାହା ଖୁସିର ?

କିଏ ବା ଜାଣିଛି 

ଅବା

ଅତୀତଟା ନିରୋଳାରେ 

କହୁଥିଲା କିଛି 

ହେଲେ

କିଏ ସେ କହିଛି ପରା

ଅତୀତ ଅଣଲେଉଟା ସପ୍ତଫେଣି କଣ୍ଟା 

ଯାହା

ହୃଦୟ ଆବେଗ ବଢାଏ ଦେହର ଉଷୁମ 

ପଥର ଛାତି ଜଳାଏ ନରମ କୁସୁମ 

ଲେଉଟି ଗଲେ ବଦଳି ଯିବ 

ପ୍ରକୃତିର ମାନଚିତ୍ର ଆଖି ତଳ ଭୟ

ସବୁ ମଣିଷର ଖୋଲିଯିବ

ଅସଲ ଚେହେରା ଆଉ ମୁଖା ପିନ୍ଧା

ଭେଜାଲ ପରିଚୟ 

ନଥିଲା ସେ ସତ୍ ସାହସ କି 

ବୋହିବାର ଧୈର୍ଯ୍ୟ

ସେ ଲାଗି ବିଶ୍ୱାସର ବନ୍ଧ ଭାଙ୍ଗିଥିଲା

ଅଦିନିଆ ବିଶ୍ବାସଘାତକତା ଘୂର୍ଣ୍ଣିଝଡରେ

ଆଉ 

ଯୁଗ ଯୁଗ ଧରି ମାଟି ମଞ୍ଜୁଷା ହିଁ ବୋହିଥିଲା 

କବଚ କୁଣ୍ଡଳ ଧାରୀ କର୍ଣ୍ଣର ଶରୀର 

ସେଦିନ ସେ ଲଗ୍ନ 

ମଙ୍ଗଳମୟ ଥିଲା ନା ଅଭିଶପ୍ତ ଥିଲା 

ପବିତ୍ର ପାପର ପୂଣ୍ୟଭୂମି 

ପବିତ୍ର ହେଲା ନା ଅପବିତ୍ର ହେଲା

ସେ କଥା ସେ ଅତୀତ ହିଁ ଜାଣେ

ହେଲେ

ଫସଲ ତ ଫଳିଥିଲା 

ଲାଲ୍ ଟହଟହ ପଳାତକ ସୂର୍ଯ୍ୟର

କାମନାର ନିଆଁ ନିଜେ ନିଜେ ଜଳୁଥିଲା 

ଆଉ ଜାଳୁଥିଲା 

ଧର୍ମ-ଅଧର୍ମ,ଜାତି-ଅଜାତି ,

ପାପ-ପୂଣ୍ୟ, ଛୁଆଁ-ଅଛୁତି,ବୈଧ-ଅବୈଧ,ନୀତି-ଅନୀତି 

ଧରିତ୍ରୀର ସମଗ୍ର ବଖରା

ଆଉ ଡେଇଁ ଯାଉଥିଲା  

ସଂସ୍କାରର ମେଘନାଦ ପାଚେରୀ

ଖୁବ୍ ଦମ୍ଭ ଖୁବ୍ ସାହସରେ

କିନ୍ତୁ

ପୂଣ୍ୟ ଭୂମିର ସେ ପାପ ଫଳ

ବଦଳାଇ ଦିଏ 

ମୁଖା ପିନ୍ଧା ମୁହଁର ରଙ୍ଗ 

ଫିକା କରିଦିଏ 

ଲିପ୍ ଷ୍ଟିକ ଲଗା ବହଳ ଲେପର ଅସ୍ତିତ୍ବ

ଜୀବନ ଚାଲିବାର ଅଙ୍କା ବଙ୍କା ଦିଗ

ଖୋଲିଦିଏ

ମିଥ୍ୟା ଆଭିଜାତ୍ୟର ଆଭୂଷଣ 

ପୁରୁଷକୁ କରେ କାପୁରୁଷ

ଆଉ କାଢିବସେ 

ପ୍ରେମ ପରିଭାଷାର ଭିନ୍ନ ଅର୍ଥ

ସେ ପାଇଁ ତ

ଆଲୋକ ମାଳାର ନଗରୀରେ

ରାସ୍ତା କଡ ବତୀ ଛାଇରେ ମୁଣ୍ଡ ଗୁଞ୍ଜେ 

ପାପର ଉଜୁଡା ଭୁଇଁର ଶରୀର

ଆଉ ସେ ପାପି 

ଆଉ କା ପଣତ ତଳେ ନିଜର ଇଛା ଲୁଚେଇ  

ଅନାୟାସରେ ମୁକ୍ତି ପାଏ

ଖୁବ୍ ଶୀଘ୍ର ଆଉ ଖୁବ୍ ସହଜରେ

ହେଲେ 

ସେ ପବିତ୍ର ପାପର ଫଳ ?

କାମନା ନିଆଁର କୋମଳ ସୃଷ୍ଟି ? 

ଜାତି-ଧର୍ମ-ପାପ-ପୂଣ୍ୟର ନୀତି ନୀୟମ ଜଞ୍ଜିର 

ଖୋଲି ପାରେ ନାହିଁ

ପାପର ପଙ୍କ ପାଦେ ବୋଳିହେଇ 

ମୁଣ୍ଡ ଟେକି ଚାହିଁ ପାରେନାହିଁ 

ବଡ ବିଚିତ୍ର ଏ ବିଦ୍ୟା

ଆଉ ବିଚିତ୍ର 

ପୁରୁଷର ଏ ଦୁଇଟି ରୂପ

ଗୋଟିଏ ପଲାରେ ପବିତ୍ର ପ୍ରେମ 

ଆଉ ଅନ୍ୟ ଟିରେ ପବିତ୍ର ପାପ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract