ପାଉଁଶ ତଳର ସ୍ବପ୍ନ
ପାଉଁଶ ତଳର ସ୍ବପ୍ନ
ପାଉଁଶ ତଳର ସ୍ୱପ୍ନ ହୋଇଅଛି
ମୋହର ପୁରୁଣା ଦିନ
ଯାହାକୁ ଆଜିବି ଖୋଜୁଅଛି ମୁଁହି
ଝୁରିଅଛି ମୋର ମନ ।
ଶୋଇଅଛି ଆଜି ନିଆଁର ଗଦିରେ
ସ୍ୱପ୍ନ ମୋର ଲୁଚେଇକି
ପୋଡି ଯାଇଅଛି ଶରୀର ସିନା ମୋ
ସ୍ୱପ୍ନ ମୋର ବଞ୍ଚିଅଛି ।
ବିରହ ନିଆଁରେ ଜଳି ଜଳି କରି
ଜୀବନ ତ ସରିଗଲା
ପାଇବାକୁ ତୁମ ଶୀତଳ ପରସ
ସ୍ୱପ୍ନ ଅଧା ରହିଗଲା ।
ଦେଖିଥିଲେ କେତେ ସ୍ୱପ୍ନ ଆମେ ଦୁହେଁ
ଗଢିବା ପ୍ରେମର ଘର
ନଥିବେ ତ ସେଠି ଭାଙ୍ଗିବାକୁ ଆମ
ସ୍ବପ୍ନର ସେଇ ନଅର ।
ଜଳିଗଲା ବେଳେ ଶରୀର ମୋହର
ହୃଦୟ ମୋ ଖୋଜୁଥିଲା
ଶେଷ ଦେଖା କାର ପାଇବାକୁ ସିଏ
ଅନେଇ ତ ରହିଥିଲା ।
ରହିଛି ଆଜିବି ପାଉଁଶ ତଳେ ମୁଁ
ଦେଖୁଛି ତୋହର ସ୍ୱପ୍ନ
ଝୁରୁଥାଏ ମୋର ଆତ୍ମା ଆଜି ବି ଲୋ
କଟେ ନାହିଁ ମୋର ଦୀନ ।
ତୋର ଚେହେରାକୁ ଆଖିରେ ମୋହର
ଛବି କରି ସାଇତିଛି
ପାଉଁଶ ତଳର ନିଆଁ ଭିତରେ ବି
ଭଲ ତତେ ପାଉଅଛି ।
ପାଉଁଶ ତଳରେ ସ୍ୱପ୍ନ ଦେଖୁଅଛି
ଆର ଜନମର କଥା
ଆର ଜନମରେ ସାଥି ହେବା ଦୁହେଁ
ଭୁଲିଯିବା ଏଇ ବ୍ୟଥା ।
ଶୋଇକରି ଆଜି ପାଉଁଶ ତଳେ ମୁଁ
ସ୍ୱପ୍ନ ତତେ ଦେଖୁଅଛି
ରାତିର ଅନ୍ଧରେ ସ୍ମୃତି ତୋହର
ମନେ ମୁଁହି ପକାଉଛି ।
ହେଇଗଲି ବୋଲି ପାଉଁଶ ଆଜି ମୁଁ
ସ୍ୱପ୍ନ ମୋର ମରିନାହିଁ
ଆଜିବି ଏମିତି ରାତି କଟି ନାହିଁ
ସ୍ୱପ୍ନ ତୋର ଦେଖି ନାହିଁ ।
ପାଉଁଶ ତଳେ ମୁଁ ଦେଖୁଥିବି ସ୍ୱପ୍ନ
କେବେ ତ ଏକାଠି ହେବା
ଆର ଜନମକୁ ସାଥି ହୋଇ କରି
ଜୀବନ ତ ବିତେଇବା ।