ପାରୁନି ତୁମକୁ ଭୁଲି
ପାରୁନି ତୁମକୁ ଭୁଲି
ଏମିତି ଆସିଲ ଜୀବନକୁ ମୋର
ପାରୁନି ତୁମକୁ ଭୁଲି
ଭାବି ମୁଁ ନଥିଲି ତୁମ ପରି ସାଥି
ଜୀବନେ ପାଇବି ବୋଲି ।
ଆଖି ପଲକରେ ପ୍ରୀତି ଉପମାର
ସପନ ଦେଇଛ ଭରି
ଛଡ଼ାଇ ନେଇଛ ନିଜଠାରୁ ନିଜେ
ହୃଦୟ ମୋ ଚୋରି କରି ।
ଛୁଇଁବାକୁ ସତେ ଇଛା ଅଛି କେତେ
ପାରେନାହିଁ ଟିକେ ଛୁଇଁ
ଛାଇ ଟିଏ ପରି ସାଥିରେ ଚାଲୁଚ
ମନର ମଣିଷ ହୋଇ ।
କହି ଯାଅ ଆସି ପାଖେ କେବେ ବସି
ପିରତି ମଧୁର କଥା
ଅପେକ୍ଷାରେ ତୁମ ଗଣୁ ଅଛି ଦିନ
ପ୍ରିୟ ବିନୁ ବଢେ ବ୍ୟଥା।
