STORYMIRROR

Er. Prakash Majhi

Romance

3  

Er. Prakash Majhi

Romance

ପାରିବ କି ହୋଇ ସତ

ପାରିବ କି ହୋଇ ସତ

1 min
317

ହାତ ଠାରି ଡାକେ ତା' ଆଖିର ଠାର

ତା ବାସନାର ପୀରତି

ପାଶେ ଥାଇ ପ୍ରିୟା ଆକାଶର ଜହ୍ନ

ଚାହଁଇ ମୁଁ ସବୁ ରାତି। (୧)


ନୁହେଁ ଯା ସମ୍ଭବ, ଭାବି ମୁଁ ବୈଭବ

ବଢାଇଛି ତା'କୁ ହାତ

ରଜନୀରେ କି ସୂରୁଜ ଉଇଁବ

ପାରିବ କି ହୋଇ ସତ। (୨)


ଛଳ ଛଳ ମନ ସରଳ ମଣିଷ

ଜାଣେ ନାହିଁ ମୁହିଁ ଛନ୍ଦ

ଅକୁହା କଥାକୁ ଲେଖି ଦେଲି ବୋଲି

କରିବନି ଜମା କ୍ରୋଧ। (୩)


ଶୟନେ ସପନେ ଅବା ଜାଗରଣେ

ତୋତେ ପ୍ରିୟା ଜପୁଥିବି

ଶାନ୍ତ ନିଷ୍ଠାପର ସେ ବଳ ଗୁଣରେ

ତୋର ସେବା କରୁଥିବି। (୪)


ଶୁଣି ଏହି କଥା କାହାଣୀଟି ଲାଗେ

ପ୍ରିୟା ଲୋ ଆଜି ତୋତେ

ଡାକ ଶୁଣି ମୋର ଦଉଡି ଆସନ୍ତ

ଭାବନ୍ତିନି ମିଛ ତତେ। (୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance