ପାରଦର୍ଶିତା ଭରା ଆଖି
ପାରଦର୍ଶିତା ଭରା ଆଖି
ଯେବେ ଶୋଇ ପଡିଥିଲା
ସାରା ସଂସାର
ସେ ରାତ୍ରିରେ ମୁଁ ଜାଗ୍ରତ ଥିଲି
ମଇଳା ଲୋକଙ୍କ ଅସ୍ତିତ୍ବ ରେ ଥିଲା
ତାଙ୍କ ଆଖିରେ ଥିଲା
ଆଉ ମୁଁ ନିଜକୁ ପଣତରେ ଢାଙ୍କି
ପକାଉଥିଲି ।
କେତେ ଯେ ପ୍ରଶ୍ନ ନିଜକୁ
ନିଜର ସମ୍ପୂର୍ଣ ପରିଚୟକୁ
ଉତ୍ତର ଆଶାରେ ମୁଁ ଯେ ଅଣନିଶ୍ୱାସ
ଯେବେ ଶୋଇ ପଡିଥିଲା
ସାରା ସଂସାର ।
ସେ ରାତ୍ରିରେ ମୁଁ ଜାଗ୍ରତ ଥିଲି
ପୀଡାରେ ମୋ ହୃଦୟର ଚେତନା
ବିକଟାଳ ରଡି କରି ଉଠିଥିଲା
ଖାଲି ଗୋଟେ ପ୍ରଶ୍ନ
ଛୁଞ୍ଚି ପରି ଫୋଡି ହୋଇ ଯାଉଥିଲା
କପଡା ରେ ଶରୀର ଲୁଚେ ।
ସେ ଆଖିର କଣ ଯାହା ପାରଦର୍ଶିତା ରେ ଭରା
ଅସଭ୍ୟତା ଭରା
ଲୋଲୁପ ଚାହାଣି
କାକଟସ ପରି ଅନେକ ତୀକ୍ଷ୍ଣ ଇଂଗତ
ସରୀସୃପ ର ବିଷ ପରି ବିଷାକ୍ତ
ଯାହାର କଷ୍ଟ ମୋତେ ଭୋଗିବାକୁ ପଡୁଥିଲା
କୋରଡ଼ ଭିତର ଦରିଦ୍ର, ଦୟନୀୟ ଦୃଷ୍ଟିରେ
ମୁଁ ଏ ସମାଜକୁ ଦେଖୁଥିଲି
ଏକ ଭିନ୍ନ ଅନୁଭୁତି ସହ ।
