STORYMIRROR

Panchanan Jena

Romance

4  

Panchanan Jena

Romance

ପାପୁଲିଏ ଆସ୍ତରଣ

ପାପୁଲିଏ ଆସ୍ତରଣ

1 min
14

କବିତା - ପାପୁଲିଏ ଆସ୍ତରଣ
 ରଚନା - ପଞ୍ଚାନନ ଜେନା
ତାରିଖ -୨୪-୧୦-୨୦୨୫
 ++++++++++++++++
 ତମେ ପାପୁଲି ବଢ଼େଇ ଦେଲ
 ଆଖି ନଚେଇ ଗେହ୍ଲେଇ କହିଲ
ଆକାଶରେ ପରା ତାରା ଫୁଲର ହାଟ
 ଆଣିଦେବ ପରା
 କିଣିଦେବ ପରା
 ପସରା ମେଲେଇ କହୁଛି ତୁମ ମନ କବାଟ

 ମୁଁ ଫିଙ୍ଗିଦେଲି ଫିଙ୍ଗିଚାଲିଲି
 ଆୟତ ଆଖି ଡେଇଁ ଆଶାଜାଲ
କିଣିବି ଆଣିବି ତୋଳିବି କ'ଣ
ସବୁ ଗୋଳମାଳିଆ ହେଲା ଭେଜାଲ

 ଚମ୍ପାକଢି ପରି ଛବିଳ ପାପୁଲି ଦେଖି
 ବିଭୋର ମୁଁ ଆତୁର ଆଜ୍ଞାରାଣ
ଫୁଲ କୁସୁମ ଆସ୍ତରଣ
ଚମ୍ପାଫୁଲିଆ ବିସ୍ତାରିତ ମୁଦ୍ରଣ

 ଆଖିରେ ଆଖି ମିଶିଗଲା ଯେସନ
 ଦିଶିଗଲା ରୂପାକାତିଆ ଜହ୍ନ
ଜ୍ୟୋତ୍ସ୍ନାବିଧୌତ ରଜନୀ ରଞ୍ଜନ ହେବାକୁ
 ମନ ତଳେ ଖେଳିଗଲା ମୁମ୍ଧ ସମ୍ମୋହନ

 ନିମ୍ଳିତ ନୟନ ଯୁଗଳରେ ଖାଲି ତୈଳଚିତ୍ର
 ଡାଳିମ୍ବମଞ୍ଜି ପରି ଦନ୍ତ ସମୂହ
 ନାଲିଆମ୍ବ ପରି ଚମକୁ ଥିଲା ଓଠ ବି ଅହରହ
କୋରକିତ ପଦ୍ମକଢ଼ି ପରି ବକ୍ଷୋଜ ଦୁଇ
 ପ୍ରଭାତ ପ୍ରତୀକ୍ଷାରେ ଥିଲେ ଭୁଲିବାକୁ ବିରହ
ଲାଉ ପରି ବେନି ନିତମ୍ବ ଉତ୍ତାଳ
 ଦେହ ଦେହଳୀର ଲୋଭନୀୟ ଛବି ଦେଖି
 ରଙ୍ଗବେରଙ୍ଗ ଫୁଲଫଳ ଚାଙ୍ଗୁଡି ଫାଳ ଫାଳ

 ଅଙ୍ଗୁର କୋଳି ଛୁଇଁ ପାରୁ ନ ଥିବା
 ବ୍ୟର୍ଥ ଶୃଗାଳ ପରି
ବାରମ୍ବାର ଡେଇଁ ଧରି ପାରୁ ନ ଥିବା
 ବିଫଳ ବିସ୍ମୟ ମୁଦ୍ରାରେ ଖାଲି ବଲବଲ
 କଳ୍ପନାଲୋକ ଥାଟ ବାଟରେ ଖାଲି କଲବଲ
 ଐନ୍ଦ୍ରଜାଲିକ ଢ଼ଙ୍ଗ ମଙ୍ଗରେ ଖାଲି ଭଲଭେଲ


Rate this content
Log in

Similar oriya poem from Romance