STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପାଣିପାଗ ବଦଳେ

ପାଣିପାଗ ବଦଳେ

1 min
8

କବିତା - ପାଣିପାଗ ବଦଳିବ
ରଚନା - ପଞ୍ଚାନନ ଜେନା
ତାରିଖ -୩୧-୧୨-୨୦୨୫
+++++++++++++++
 ଆଉ କିଛି ସମୟ ପରେ ପାଣିପାଗ ବଦଳିବ
 ଆଉ କେଇ ମୁହୁର୍ତ୍ତ ପରେ ବର୍ଷ କଡ ଲେଉଟିବ
 ଅଳ୍ପ କିଛି ଦୂରରେ କିଏ ଡାକୁଛି ?
ଆସନ୍ନ ପ୍ରସବା ଡିସେମ୍ବର
 ଶୀତ ରାତିରେ କୁନ୍ଥେଇ କହୁଛି ?
 ମଧ୍ୟରାତ୍ରୀର କଳା ଯବନିକା ଚିରି ଦେଇ
 ନୂଆ ବର୍ଷ ଜନ୍ମ ନେବାକୁ ଯାଉଛି

 ହସ ଖୁସିର ଆଭରଣ ଆଚରଣ ଭିତରେ
ସହର ନଗର ଫାଟି ପଡ଼ୁଛି
 ନୂଆ ବର୍ଷର କୁଆଁ କୁଆଁ ରାବ ଶୁଣିବାକୁ
ବାଜା ବାଣ ରୋଷଣୀ ନେଇ
 ଲମ୍ବା ଅପେକ୍ଷାରେ ତନ୍ଦ୍ରାହୀନ ଜନତା ଚାହିଁ ବସିଛି

 କେତେ ଆଶାରେ ଅଛନ୍ତି
ପ୍ରଥମାଷ୍ଟମୀର ଥାଟ ବାଟ ପାଟ ନେଇ
ନଟନାଗର ଶ୍ରୀକୃଷ୍ଣ ଅବତାରୀ ଆସିବେ
ପାପି ନାଶନ ଧର୍ମ ସ୍ଥାପନ କରିବେ

 କେତେ ଆଶଙ୍କାରେ ଅଛନ୍ତି
 ଭିନ୍ନ ଭୂମିକାରେ ଅଭିନୟ ହେବ
ଶକୁନି ସଞ୍ଜୟ ବିଦୁର ପରି ଉଦୟ ହେବେ
ଦେଶ ସହିତ ଦେଶ
ଭାଇ ସହିତ ଭାଇ ଲଢ଼େଇ ଲଗେଇ ଦେବେ
 ମହାଭାରତ ନୁହଁ
 ତୃତୀୟ ବିଶ୍ଵଯୁଦ୍ଧ ସୂତ୍ରପାତ କରେଇ
 ଛୁ ମନ୍ତର ମାରିବେ ଯେ
ଆଖି ପିଛୁଳାକେ ବାର ମାସ ଯିବ ପଳେଇ

 ଆଉ କିଛି ନାହିଁ ନାହିଁରେ ଅଛନ୍ତି
କି ନୂଆ କି ପୁରୁଣା
ସବୁ ଦିନେ ଅର୍ଥରୁ ଅନର୍ଥ
ସବୁ ଦିନେ ଜିରାରୁ ଶିରା
 ସବୁ ଦିନେ ଛେନାରୁ ଛାଲି
 ବାହାର କରୁ କରୁ ସମୟ ଟା ମାରୁଛି ହାଇ
 ନୂଆ ବର୍ଷ ତା' ବାଟରେ
ଆଉ ଏମାନେ ଅମଡ଼ାବାଟରେ ପଡନ୍ତି ଶୋଇ


Rate this content
Log in

Similar oriya poem from Tragedy