STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମୁଁ ଜୀଇଁଛି

ମୁଁ ଜୀଇଁଛି

1 min
290

  ମୁଁ ଜୀଇଁଛି କେବଳ ଜଳିବା ପାଇଁ

   ମୁଁ ଜୀଇଁଛି କେବଳ

    ଅନ୍ୟର ଯନ୍ତ୍ରଣା ଦେଖି

   ନିଜେ ଯନ୍ତ୍ରଣା ପାଇବା ପାଇଁ

    ସତ ମିଛର ଦୋ ଛକିରେ

   ମଣିଷ ପଣିଆ କୁ ମାରିବା ପାଇଁ

   ମୁଁ ଜୀଇଁଛି କେବଳ ଜଳିବା ପାଇଁ ।


    ବଧୂ ନିର୍ଯ୍ୟାତନା ନାରୀ ନିର୍ଯ୍ୟାତନା

     କନ୍ୟା ଭୃଣ ହତ୍ୟା ର 

     ମୁକ ସାକ୍ଷୀ ହେବା ପାଇଁ

    ଯୌତୁକ ନିର୍ଯ୍ୟାତନା ର

     ସାହାନାଇ ବଜାଇବା ପାଇଁ

    ମୁଁ ଜୀଇଁଛି କେବଳ ଜଳିବା ପାଇଁ ।


    ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ

   ନାଁ ରେ ଦ୍ଵନ୍ଦ୍ଵ ଯୁଦ୍ଧ ଦେଖିବା ପାଇଁ

   ସାମ୍ରାଜ୍ୟ ବାଦ ପୁଞ୍ଜିବାଦୀ

   ଶାସନ ବ୍ୟବସ୍ଥା ରେ ଶୋଷଣ ତନ୍ତ୍ର କୁ 

    ଉପଲବ୍ଧି କରିବା ପାଇଁ

   ଗଣତନ୍ତ୍ର ନାମେ ଗଣହତ୍ୟା ର

    କରାଳ ଚିତ୍ରକୁ ଦର୍ଶନ କରିବା ପାଇଁ

    ମୁଁ ଜୀଇଁଛି କେବଳ ଜଳିବା ପାଇଁ ।


   ଧନୀ ଗରିବ ପାର୍ଥକ୍ୟ ଭିତରେ

    ସାମାଜିକ ବ୍ୟବସ୍ଥା କୁ

   ତନ୍ନ ତନ୍ନ କରି ତର୍ଜମା କରିବା ପାଇଁ

   ଆଦର୍ଶ ବାଦର ଦ୍ଵାହି ଦେଇ

     ମଣିଷ ମଣିଷ ମଧ୍ୟରେ

   ଦ୍ଵନ୍ଦ୍ଵ ଯୁଦ୍ଧ ଦେଖିବା ପାଇଁ

   ମୁଁ ଜୀଇଁଛି କେବଳ ଜଳିବା ପାଇଁ ।


   ନୀତି ନୈତିକତା ଆଦର୍ଶ

    ସାମାଜିକ ଅଧପତନ ର

   ନଗ୍ନ ଚିତ୍ର କୁ ଖୁବ୍ ନିକଟରୁ ଦେଖିବା ପାଇଁ

     ବ୍ୟବସ୍ଥାପିକା, କାର୍ଯ୍ୟ ପାଳିକା ତଥା

     ନ୍ୟାୟ ପାଳିକା ମଧ୍ୟରେ 

    ଟଣା ଓଟରା କୁ ଅନୁଭବ କରିବା ପାଇଁ

      ମୁଁ ଜୀଇଁଛି କେବଳ ଜଳିବା ପାଇଁ ।


     ପରିବେଶ ପ୍ରଦୂଷଣ

      ପ୍ରାକୃତିକ ବିପର୍ଯ୍ୟୟ ର

     ଭୟଙ୍କର ରୂପକୁ ଦର୍ଶନାର୍ଥେ

     ଲାଭ ଓ ଲୋଭରେ ବଶବର୍ତ୍ତୀ

      ମଣିଷ ମାନଙ୍କର ବିଭତ୍ସ ରୂପକୁ

       ଅଙ୍ଗେ ନିଭେଇବା ପାଇଁ

     ନିଶା ଖୋର ବେଶ୍ୟା ଖୋର

      ମଣିଷ ମାନଙ୍କର ମତିଗତି କୁ

     ଭଲ ଭାବେ ଅନୁଶୀଳନ କରିବା ପାଇଁ

     ମୁଁ ଜୀଇଁଛି କେବଳ ଜଳିବା ପାଇଁ।


    ସବୁ ନାହିଁ ନାହିଁ ଭିତରେ

    ସତ୍ୟ ନ୍ୟାୟ ଧର୍ମ କୁ ଖୋଜିବା ପାଇଁ

     ଶାନ୍ତି ମୈତ୍ରୀ ଏକତା ଭିତରେ

      ନିଜେ ହଜିବା ପାଇଁ

    ରୋଗ ଶୋକ କ୍ଷୁଧା ସହ ଯୁଝିବା ପାଇଁ

     ପ୍ରକୃତି ଓ ପରିବେଶ ଭିତରେ ହଜିବା ପାଇଁ

      ପରିବାର ପରିଜନଙ୍କୁ ବୁଝିବା ପାଇଁ

       ମୁଁ ଜୀଇଁଛି କେବଳ ଜଳିବା ପାଇଁ ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract