STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ସ୍ତବ୍ଧ ହୋଇଗଲେ

ସ୍ତବ୍ଧ ହୋଇଗଲେ

1 min
367


ସ୍ତବ୍ଧ କ ରି ଦେ ଲା ଘଟଣା ଏହୁ

ରେଲ ଦୁର୍ଘଟଣା କଲାରେ ସେହୁ

ଶୁଣି ଆଚମ୍ବିତ ହୋଇଲେ ବହୁ

ଯନ୍ତ୍ରଣା ଆଣିଲା ଘ ଟ ଣା ଏହୁ

     ଉତ୍କଳରେ ସେହୁ

ଅଟେ ବାଲେଶ୍ଵର ଜିଲ୍ଲା ଟି ଏହୁ !!


ସାଢେ଼ ୬ଟାର ଘଟଣା ଟି ଏହୁ

ରାତ୍ରି ର ସମୟ ଅଟେ ଟି ସେହୁ

ବାହାନଗା ନିକଟରେ  ଟି ଏହୁ

ରାବ ରୋଦନର ଶୁଭିଲା ତହୁଁ 

    ହାହାକାର ଯହୁଁ 

ବଞ୍ଚାଇବା କାର୍ଯ୍ୟ ହୋଇଲା ତହୁଁ !!


ବାର ଗୁରୁବାର ଦେଲା ଯନ୍ତ୍ରଣା

ସ୍ତମ୍ଭିଭୂତ ଏହୁ  କଲା  ଘଟଣା

ନିୟତିର  ଥିଲା କିବା ମନ୍ତ୍ରଣା

ଜଗାଙ୍କ ଭୂମିରେ ହେଲା ଘଟଣା

    କରହେ କରୁଣା

ଆହାତ ଯାତ୍ରୀଙ୍କୁ ସ୍ବାସ୍ଥ୍ୟ ଆପଣା !!


ପ୍ରାଣ ହରାଙ୍କୁ ଦିଅ ପଦେ ସ୍ଥାନ

ବୈକୁଣ୍ଠରେ ହେଉ ତାଙ୍କ ଗମନ 

ବିଚ୍ଛିନ୍ନାଞ୍ଚଳ କରେ ନିବେଦନ

ପ୍ରଭୁ ଜଗନ୍ନାଥ ପଦେ ବନ୍ଦନ 

    ମୃତ୍ୟୁ ପ୍ରାଣୀ ଜନ

ଶ୍ରଦ୍ଧାଞ୍ଜଳି ଆମ ତାଙ୍କ ଚରଣ !!


ଏହୁ  ଘଟଣା ମର୍ମାହତ କଲା

ଅମୃତ କାଳେ ଦୁଃଖ ସେ ଦେଲା 

ଅନେକ ଘରେ ପାହାଡ଼ ପଡ଼ିଲା

ଏପରି ଦୁର୍ଦ୍ଦଶା ଦେଶେ ହୋଇଲା 

   ହାତରେ ନଥିଲା

ନିୟତି ଏ କିମ୍ପା ଏପରି କଲା? !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy