STORYMIRROR

Prahallad Sahoo

Abstract Tragedy

4  

Prahallad Sahoo

Abstract Tragedy

ଅଡୁଆ ପ୍ରଶ୍ନ

ଅଡୁଆ ପ୍ରଶ୍ନ

1 min
404

ହେ ଜୀବନ ! 

ବଞ୍ଚିବାର ରାହା ଖୋଜୁ ଖୋଜୁ 

ଚାଲିଛି ମୁଁ ଅନେକ ବାଟ, 

ଏ ଅସରନ୍ତି ବାଟ ସରିଯିବ

କିନ୍ତୁ ,,,,

ତୋତେ ସାର୍ଥକ କରିବାର ଅଭିପ୍ରାୟ 

କାଲି ଥିଲା ଅବଦମତି,

ଆଜି ବି ଅଭିପ୍ସିତ,

ଜୀବକୁ ଜୀବନର ସଜ୍ଞା ପଚାରି 

ନିଜକୁ ହତୋତ୍ସାହିତ କରି କି ଲାଭ ? 

ଜୀବନର ମୂଲ୍ଯବୋଧ ଖୋଜୁଥିବା

ଏ ବେସାହାରା ପଥିକଟି 

ଅକାଳରେ ଝରିଯିବା ପୂର୍ବରୁ 

ଜୀବନର ସଜ୍ଞା ହେଉ ନିରୂପିତ। 


ପାପ ପୂଣ୍ଯ, ମିଛ ସତ ଦେଖି ଦେଖି

ଅସହ୍ଯ ହେଲାଣି ପ୍ରାଣ

ନିଜ ଲୋକ ନିଜର ନହୁଏ ଏଠି

କାହିଁକି ଖାଉଛି ମୁଁ ରାଣ? 


ବାଦ ଅପବାଦ ସଙ୍ଗେ 

   ଯଶ କୀର୍ତ୍ତି ବି ଲଭିଛି 

ଜାଣେ ନାହିଁ କେତେ ପୂଣ୍ଯ 

    ସେପାରିକୁ ସଞ୍ଚିଛି ! 


ସବୁ ଖାଲି ପ୍ରତାରଣା, ପ୍ରହେଳିକା,

ଅଙ୍ଗୀକାର ହେବାର ନିଷ୍ପତ୍ତି 

ବେଳେ ବେଳେ ହତାଶ କରୁଛି,

ମିଛ କୁହୁଡିରେ ପହଁରି ପହଁରି ମୁଁ 

ଜୀବନକୁ ଧ୍ବସ୍ତ ବିଧ୍ବସ୍ତ କରୁଛି, 

ବଞ୍ଚିବାର ରାହା ଖୋଜୁ ଖୋଜୁ 

ଜୀବନକୁ ଦୁର୍ବିସହ କରିଚାଲିଛି।


ପିତା ମାତା କନ୍ଯା ଦାରା ସୁତ କରିଛି ନିଜର

ଧନ ଧାନ୍ଯ ମିତ୍ର ନୁହଁ ସାଥି ଅନ୍ତ ସମୟର । 


ବାଲ୍ଯରେ ଚପଳମତୀ, 

   କୈଶୋରର ଉଦ୍ଦାମତା 

ଯୌବନେ କର୍ମମୟ, 

  ପ୍ରୌଢତ୍ବ ବିବଷ ପ୍ରତିଷ୍ପର୍ଦ୍ଧା 

ବାର୍ଦ୍ଧକ୍ଯ ହରି ଭରସା ଏହି କି ଜୀବନର ଅନ୍ତିମତା ? 


କିଛି ପାଇବାର ଆଶାରେ 

ପାପ ବି କରିଛି, 

କିଛି ହରେଇବାର ଦୁଃଖରେ 

ପୂଣ୍ଯ ବି କମେଇଛି,

କିନ୍ତୁ ଜୀବନ ଜୀଇଁବାର ଅର୍ଥ 

ଏବେ ବି ମୁଁ ଖୋଜୁଛି 

ପାରିବକି ମୋ ପ୍ରଶ୍ନର ଉତ୍ତର ଦେଇ ???

          

ଶରୀର ମୋ ହେଲାଣି କ୍ଷୀଣ ପୁଣି ମନ ବି କ୍ଳାନ୍ତ 

କେ ଜାଣେ କେବେ ହେବ ଏହି ପ୍ରତୀକ୍ଷାର ଅନ୍ତ ?


ସବୁ ମିଛ ଭିତରେ ଜୀବନଟା ସିନା ଏକା ସତ୍ଯ 

ଜୀବ ଚାଲିଗଲେ ଜୀବନର ଆଉ ମିଳିବକି ଅର୍ଥ ? 

ଭଜରେ ମନ, ଭଜମନ ଏକା ରାମ ନାମ ସତ୍ଯ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract