STORYMIRROR

Minakumari Tahala

Tragedy

4  

Minakumari Tahala

Tragedy

ରହି ଯାଆ ବର୍ଷା

ରହି ଯାଆ ବର୍ଷା

1 min
335


ବରଷା ଟିକିଏ ରହି ଯାଆ ତୁ 

ଆସିଛି ମୁଁ କୁଲି କରି

ଗାଳି ଦେବେ ମୋତେ ମଦୁଆ ସ୍ଵାମୀ ଟି

ହୋଇ ଗଲେ ଟିକେ ଡେରି।


ଭିଜିଗଲେ ପରା ସଂଦେହ କରିବେ

କେଉଁଠି ରହିଛି ବୋଲି

ଯେତେ ବୁଝାଇଲେ ବୁଝିବେ ନି ଜମା

ମାରି, ପିଟି ଦେବେ ଗାଳି ।


ମଦ ବୋତଲ ଟି ନିଜର ହୋଇଛି

ଆଉ ସବୁ ତୁଚ୍ଛ ସିନା

ଭିଜି ଭିଜି ଗଲେ ଗୃହ କୁ କେବଳ

ସ୍ବାମୀ ଯେ କରିବେ ମନା।


ବୁଝେଇ ପାରିବି ନାହିଁ ଗୋ ବର୍ଷା

ମୁଁ ମଦୁଆ ସ୍ଵାମୀ ଙ୍କ ସ୍ତ୍ରୀ

ପେଟ ଚାଖଣ୍ଡକ ପାଇଁ ମୁଁ ଆସିଛି

ବାହାର କୁ କୁଲି କରି।


ଯାହା ମୁଁ ପାଉଛି କୁଲି କାମ କରି

ସବୁ ନେଇ ପିଇ ଦିଏ

କାଳ ପାତ୍ର ସ୍ଥାନ ତାଙ୍କୁ ଜଣା ନାହିଁ

ମନ ଇଚ୍ଛା କହି ଯାଏ।


ସବୁଠି ନିଚ ଘୃଣ୍ୟ ଭାବରେ

ଜୀବନ ଯାଉଛି ବିତି

ପ୍ରତିଟି ସ୍ଥାନରେ ଶୁଣିବାକୁ ମିଳେ

ମଦୁଆ ମୋହର ପତି।


ତେଣୁ ଗୋ ବର୍ଷା ରହିଯାଆ ଟିକେ

ମୋର ଦୁଃଖ କଥା ଶୁଣି

ମଦୁଆ ସ୍ଵାମୀ ଟି ଗରମ ରେ ଥିବେ

ପିଇ ଦେଇ ନାଲି ପାଣି।


ତୋ ବର୍ଷା ଧାରରେ ଭିଜି ଯିବି ସିନା

ଆଖିରୁ ବୋହିବ ପାଣି

ନଇ ବନ୍ଧ,ବାଡ ମାନିବନି ଜମା

ହୃଦୟ ଟା ହେବ ହାଣୀ।


ପରିଚୟ ଟିଏ ଦେଉଅଛି ଆଜି

ମୁଁ ମଦୁଆ ସ୍ଵାମୀ ର ରାଣୀ

ରହି ଯାଆ ବର୍ଷା ଘଡ଼ିଏ ଗୋ ତୁମେ

ଶୁଣି ମୋ ଦୁଃଖ କାହାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy