Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Tragedy Others

4  

Bidyadhar Mantry

Abstract Tragedy Others

ମଣିଷ ରଚୁଛି ମହାଭାରତ

ମଣିଷ ରଚୁଛି ମହାଭାରତ

1 min
268



ପୁରାଣ କଥା,ମହାଭାରତ କାହାଣୀ

ମହାଭାରତ ଆଢ଼ୁଆଳ ର କାହାଣୀ

ପ୍ରାୟ ଜଣାଶୁଣା ଜନ ମାନସରେ

ମହାଭାରତ ର ପ୍ରଭାବ

ଆଜି ବି ବଞ୍ଚିଛି ସଭ୍ୟ ସମାଜ ରେ

ଏ ମାଟି ର କୋଣ ଅନୁକୋଣେ।


ମହାଭାରତ ରେ ରାଜନୀତି,କୂଟନୀତି ଓ ମନ୍ତ୍ରଣା

ଏବେ ନୂଆ ସଂସ୍କରଣ ରୂପ ରେ

ସବୁଠି ଚାଲିଛି ଖେଳ ଆଉ ଯୁଦ୍ଧ

ନାରୀ ର ଚିର ହରଣ,ପ୍ରାୟ ନିତିଦିନିଆ କଥା

ନାରିତ୍ୱ ର ପଦ ମର୍ଯ୍ୟାଦା ନାମକୁ ମାତ୍ର

ଆଢ଼ୁଆଳେ ନିତିଦିନ ପଶାପାଲି ର ଖେଳ।


ମା କୁନ୍ତୀ

କିଏ ଶୁଣିଛି ମା ' ର କଥା

ଉଡ଼ିବା ଶିଖିଗଲେ ମା କେବଳ ଘର ଭିତରେ

ଦେଖି ନ ଦେଖିବାର ଅନ୍ଧ ପୁଟୁଳି।


ପରିଣତ ବୟସରେ ବାପା

ପକ୍ବ କେଶ, ଶିଥିଳତା ଚର୍ମ

କିଛି କହିବାର ନାହିଁ,ନୀରବ ଦର୍ଶକ।


ସଂସ୍କାର ଅଭାବ ରେ

କେଉଁ ପିଲା ଦୁର୍ଯୋଧନ ତ ଆଉ କିଏ ଦୁଃଶାସନ

ଘରୁ ବାହାରିଲେ ଛାତି ଫୁଲା ଠାଣି ଓ ବାଣୀ

ସୁନ୍ଦରୀ କନ୍ୟା ପ୍ରତି ଲୋଲୁପ ଦୃଷ୍ଟି

ପାଞ୍ଚାଳୀ ର ଆଖ୍ୟା ଓ ସମ୍ବୋଧନ

ବିଚରା ପାଞ୍ଚାଳୀ ଅସହାୟ ଏଠି।


ଧନ ଓ କ୍ଷମତା ହାସଲ ର ଆଢ଼ୁଆଳେ

ଭାଇ ଭାଇର ସମ୍ପର୍କ ରେ ତିକ୍ତତା

ଶକୁନି ର କାନ କୁହା ମନ୍ତ୍ରଣା ରେ ଶିକାର

ପରେ ପରେ ବିଭୀଷିକା,ଯୁଦ୍ଧ ଠୁ ବଳି।


ଦୁଃଶାସନ ର ରାଜୁତି ଚାଲୁଛି

ଭୀମ କେବଳ ନେପଥ୍ୟରେ ରଡ଼ି ଛାଡୁଛି

ତୃତୀୟ ପାଣ୍ଡବ ର ଗାଣ୍ଡିବ ଏବେ ଲକ୍ଷ୍ୟ ଭ୍ରଷ୍ଟ

କେବଳ ଖେଳ କରୁଛି ଶକୁନି

ପାଣ୍ଡବ ଦୁର୍ବଳ,କୌରବ ର ଜୟ ଧ୍ଵନି

ଗୁରୁ ଦୁର୍ବଳ,ଶକୁନି ମାଳମାଳ।


ପିତାମହ ଭୀଷ୍ମ କଥା ନ କହିଲେ ଭଲ

ପିତାମହ ର ପତ୍ତା ନାହିଁ

ଇଣ୍ଟରନେଟ୍ ଯୁଗରେ ଖୋଜା ହେଉଛି ଶ୍ରୀକୃଷ୍ଣ

ଅର୍ଜୁନ ର ପ୍ରଶ୍ନ ପରେ ପ୍ରଶ୍ନ

ଗୋଟିଏ ପ୍ରଶ୍ନର ଉତ୍ତର ଅନେକ,ଅଲଗା ଅଲଗା

ବ୍ରହ୍ମଜ୍ଞାନ ର ଅଭାବରେ ,ଅର୍ଜୁନ ମ୍ରିୟମାଣ

ସୋସିଆଲ ମିଡିଆରେ ମନ୍ତ୍ରଣା ଭର୍ତ୍ତି।


ଦ୍ରୌପଦୀ ବି କମ୍ ନୁହନ୍ତି

ସୋସିଆଲ ମିଡିଆ ରେ ଲାଇଭ ଶୋ

ଅଧା ଲଙ୍ଗଳା ବେଶ ଭୂଷା

ଦୁଃଶାସନ ର ମନୋଭାବ ହେଉଛି ଉଦ୍ରେକ

ସଞ୍ଜୟ ଏବେ ଦେଖୁଛି ୟୁ ଟ୍ୟୁବ୍ ରେ

ଦେଖିଲା ପରେ ପ୍ରବଚନ

ଅଭିମନ୍ୟୁ ର ସ୍ପୃହା ନାହିଁ,ଅଯଥା ଝାମେଲା।


ମହାଭାରତ ଏବେ ଭାରତ ବକ୍ଷ ରେ

ଫୁଲ୍ ଦମ୍ ରେ ଚାଲିଛି,ନିତିପ୍ରତି ଦିନ

ଅଠର ଦିନର ମହାଭାରତ ,ବିଗତ ଦିନର

ଆଜିର ମହାଭାରତ ଚାଲୁଛି, ଚାଲିବ

ରଚନା ହେଉଛି ମହାଭାରତ ର କଥା

ପରିବାର ଓ ସମାଜର ପ୍ରତି କ୍ଷେତ୍ର ଓ କ୍ଷେତ୍ରରେ।


Rate this content
Log in

Similar oriya poem from Abstract