Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Tragedy

4  

Niranjan Mishra

Tragedy

ରୁଧିରେ ଭିଜିଲା କରମଣ୍ଡଳ

ରୁଧିରେ ଭିଜିଲା କରମଣ୍ଡଳ

1 min
211



ଲୌହ ଦାନବ କି ରକତ ପିପାସୁ

ଦାନବ ଅବା ସେ କାଳ ।

କିଏ ବା କିପରି ଜାଣିବ ଏକଥା

ନିତିଦିନ ଚଳାଚଳ  ।୧।

ଗତାଗତ କରେ ଗନ୍ତବ୍ୟ ପଥରେ

କେତେ କେତେ ଆଶା ନେଇ ।

ଯାତ୍ରୀଏ ଗମନ୍ତି ଗନ୍ତବ୍ୟ ସ୍ଥଳକୁ

ନିଜ ନିଜ କର୍ମ ପାଇଁ ।୨।

ସବୁଦିନ ଭଳି ସୁରୁଜ ଉଇଁଲେ

ସେଦିନ ଭୃଗୁବାସର ।

ଜୁନ୍ ମାସ ଦୁଇ ତାରିଖ ଥିଲା ତା

ଦି ହଜାର ତେଇଶିର ।୩।

ବାଲେଶ୍ଵର ଜିଲ୍ଲା ବାହାନଗାଠାରେ

ଚାହିଁ ବସିଥିଲା କାଳ ।

ଦୁର୍ଘଟଣାଗ୍ରସ୍ତ ହୋଇଲା ରୁଧିରେ

ଭିଜିଲା କରମଣ୍ଡଳ  ।୪।

କେହିହେଲେ କିଛି ବୁଝିବା ଆଗରୁ

ଶବ୍ଦ ହେଲା ଭୟଙ୍କର ।

ମାଲଗାଡ଼ି ସହ ଧକ୍କା ହୋଇଗଲା

କରମଣ୍ଡଳ ରେଳର ।୫।

ସସ୍ରାଧିକ ଯାତ୍ରୀ ହେଲେ ମୃତାହତ

ଅବୟବ କାର ନାହିଁ ।

ହାତ ଗୋଡ ମୁଣ୍ଡ ନାହିଁ ବା କାହାର

ମୃତ୍ଯୁ ସହ କେ ଲଢଇ  ।୬।

ଶୁୁଭେ ହାହାକାର ରୋଳ କ୍ରନ୍ଦନର

ଧକ୍କାହେଲା ବୋଲି ଗାଡି ।

ଶବଦ ଶୁଭିଲା ଜନରବ ହେଲା

ଜନତା ଆସିଲେ ମାଡି ।୭।

ରେଳ ଚକ ତଳେ କିଏ ବା ଭିତରେ

ହାରିଲା ଜୀବନ ତାର ।

ମୃତ୍ଯୁ ସହ କିଏ ସଂଗ୍ରାମ କରୁଛି

ଜନତା କଲେ ଉଦ୍ଧାର ।୮।

ସ୍ବେଚ୍ଛାସେବୀ ଦଳ ଏନ୍ ଡି ଆର୍ ଏଫ୍

ଦଳ ଦଳ ହୋଇ ଆସି ।

ଉଦ୍ଧାର କରିଲେ ଏ ମହାସଙ୍କଟୁ

ଦେବଦୂତ ପ୍ରାୟ ମିଶି ।୯।

ପ୍ରିୟ ପରିିଜନ କେତେ କା ଜୀବନ

ହାନି ଘଟିଲା ଏଥିରେ ।

ଶ୍ରଦ୍ଧାଞ୍ଜଳି ଦିଏ ସଭିଙ୍କି ପ୍ରଭୁଙ୍କୁ

ଏଇ ବିନତି ମୁଁ କରେ ।୧୦।

ଆରୋଗ୍ଯ ଲଭନ୍ତୁ ଆହତ ଯାତ୍ରୀଏ

ଫେରନ୍ତୁ ସେ ସ୍ୱଗୃହକୁ ।

ରକତ ସିକତ ଦୁଃଖଦ ଏ ବାର୍ତ୍ତା

ରହିବ କାଳ କାଳକୁ  ।୧୧।



Rate this content
Log in

Similar oriya poem from Tragedy