କାହିଁକି
କାହିଁକି
ମୃତ୍ୟୁ ଯଦି ଏତେ ସତ୍ୟ ,
ତେବେ ଡର କାହିଁକି ,
ଜୀବନ ଯଦି ଏକ ଅନୁଭୂତି ,
ତେବେ ଏତେ ଯନ୍ତ୍ରଣା କାହିଁକି ?
ସ୍ବପ୍ନ ଯଦି ଏତେ ସୁନ୍ଦର ,
ତେବେ ଭାଙ୍ଗିଯାଏ କାହିଁକି
ଭାବନା ଯଦି ଏତେ ନିଆରା ,
ତେବେ ଭସାଇ ଦିଏ କାହିଁକି ?
ଆଖି ଯଦି ଏତେ ଉଜ୍ଜ୍ୱଳ ,
ତେବେ କଜଳ ଖୋଜେ କାହିଁକି ,
ଦାନ୍ତ ଯଦି ଏତେ ସ୍ୱଚ୍ଛ ,
ଆଘାତ ଦିଏ କାହିଁକି ?
କାହା ହାତ ଯଦି ଏତେ ଲମ୍ବା ,
ଆକାଶ ଛୁଇଁ ପାରେନି କାହିଁକି ,
ପାଦ ଯଦି ଏତେ ଶକ୍ତ ,
ତେବେ ଥକିଯାଏ କାହିଁକି ।
ଦିନ ଯଦି ଏତେ ଆଲୋକିତ ,
ଏ ରୌଦ୍ରତା କଷ୍ଟ ଦିଏ କାହିଁକି ,
ରାତି ଯଦି ଏତେ ଅନ୍ଧାର ,
ରାତି ଆଲୁଅ ଏତେ ଶୀତଳ କାହିଁକି ?
ସମୁଦ୍ର ଯଦି ଏତେ ଶାନ୍ତ,
ତେବେ ଏତେ ଜୋର୍ ରେ ଲହଡ଼ି ଭାଙ୍ଗେ କାହିଁକି,
ନଦୀ ଯଦି ଏତେ କୋଳ ଲଂଘେ ,
ଚୁପଚାପ୍ ସାଗର ରେ ମିଶେ କାହିଁକି ?
ଲୁହ ଯଦି ଏତେ ଦାମିକା ,
ଏତେ ସହଜେ ବୋହି ଯାଏ କାହିଁକି ,
ହସ ଯଦି ଏତେ ଦରକାର ,
ତେବେ ଆସିବାରେ ଏତେ ବିଳମ୍ବ କାହିଁକି ?
ଦୁଃଖ ଯଦି ଏତେ ଅସହାୟ ,
ନିଜ ଲୋକ ମୁଖ ଚିଂହାଇ ଦିଏ କାହିଁକି ,
ଟଙ୍କା ଯଦି ଏତେ ନିର୍ଜୀବ ,
ସବୁ କିଛି କିଣି ନିଏ କାହିଁକି ?
ପ୍ରେମ ଯଦି ଏତେ ସୁନ୍ଦର ,
ଏତେ ଦୁଃଖ ଦିଏ କାହିଁକି ,
ପ୍ରତାରଣା ଯଦି ଏତେ ଖରାପ,
ସମସ୍ତେ ତାକୁ ଆପଣାନ୍ତି କାହିଁକି ?
ମନ ଯଦି କାଚ ନୁହେଁ
ତେବେ ଭାଙ୍ଗି ଯାଏ କାହିଁକି ,
କ୍ଷମା ଯଦି ସବୁ କିଛି ,
ତେବେ ସେ କ୍ଷମା ରେ ଭଙ୍ଗା ମନ
ଯୋଡେ ନାହିଁ କାହିଁକି ?
ତ୍ୟାଗ ଯଦି ସବୁ କିଛି ,
ତେବେ କେହି ତା ମୂଲ୍ୟ ବୁଝେ ନାହିଁ କାହିଁକି,
ସ୍ନେହ ଯଦି ଏତେ କରିପାରେ ନିଜର ,
କେହି ତାକୁ ଖୋଜେ ନାହିଁ କାହିଁକି ?
କାହିଁକି ପଚାରୁ ପଚାରୁ
ଏତେ ପ୍ରଶ୍ନ ମନ କୁ ଆସେ କାହିଁକି ?
ଯେତେ ଲେଖି କାଳି ସରିଲେ ବି ,
ଏ କାହିଁକି ର ପ୍ରଶ୍ନ
ସରଳରେଖା ପରି ଲମ୍ବି ଯାଏ କାହିଁକି ?