ହେ ନାରୀ
ହେ ନାରୀ
କଳା ବାଦଲ ଫାଙ୍କରେ ମୁହଁ ଦେଖାଇ
ନିଜକୁ ଲୁଚାଇ ଦିଅ ତୁମେ
ଡର ରେ ଅବା ଲାଜ ରେ...?
କାମନାସକ୍ତ ଘନ ଅନ୍ଧାରର
କଡ଼ ଲେଉଟା ସମୟ ରେ
ତୁମେ ପୁଣି ଛୁପି ଯାଅ
ପ୍ରେମରେ ଅବା ତ୍ୟାଗ ରେ....?
କେବେ ଘନ ଜଙ୍ଗଲ
କେବେ ରାସ୍ତା କଡ଼ରେ ....,!
ବିବସ୍ତ୍ର , କ୍ଷତାକ୍ତ ଶରୀର ତୁମର
ମୁହଁ ମାଡି ରହେ...,
ଅତ୍ୟାଚାର ର ଭୟ ରେ ,
ଅବା....
ଅପବାଦ ର ଭୟ ରେ...?
କୈଶୋର ପାହାଚ ର କୋମଳ ମନରେ ,
ଲାଲ୍ ଲାଲ୍ ଗାଲ କୁ ଲୁଚାଇ ଦିଅ ,
ପୌରୁଷ ର ବକ୍ଷୋଜ ରେ
ଶିହରିତ ମନରେ ଅବା ସମର୍ପିତ ଭାବନା ରେ....?
ତୁମର ସେ ଚାନ୍ଦ ପରି ଶାନ୍ତ ଚେହେରା ,
ଚନ୍ଦ୍ରାଲୋକ ପରି ଶୀତଳ ସ୍ପର୍ଶ ରେ ,
କୋଳେଇ ନିଏ କିଏ ,
ପ୍ରେମ ଭାବନାରେ....,
ଅବା.....
ଝାମ୍ପି ଖୁଣି ଦେବାର ଆସକ୍ତି ରେ .....।
ସମାଜ ର ରାକ୍ଷସ
ଲୁଚାଇ ଦେଉଛି ତୁମକୁ ,
ଅତ୍ୟାଚାର , ପ୍ରତାରଣା , ଶୋଷଣର ଉପହାର...,
ତଥାପି.....
ତୁମେ ନିରୁତ୍ତର ...,
କାହିଁକି...?
କାହିଁକି , ମାଗ ନା ତୁମେ ପ୍ରତ୍ତ୍ୟୁତ୍ତର ...?
ପରିବାରର ଅସମ୍ମାନ ଭୟରେ ,
ଅବା ....
ସାମାଜିକ ତଥା ନ୍ୟାୟ ର
ଅବ୍ୟବସ୍ଥା ଭୟରେ .....?
ନିରୁତ୍ତର ତୁମେ କାହିଁକି .....?
କାହିଁକି ମାଗ ନା ଅଧିକାର ,
ଅପମାନ ଭୟରେ
ଅବା.....,
ବାହୁବଳର ଭୟରେ.....?