ରୁଦ୍ଧ କୋଠରୀର ଜୀବନ
ରୁଦ୍ଧ କୋଠରୀର ଜୀବନ
ଶ୍ୱାସ ରୁଦ୍ଧ ହୋଇଯାଏ ସେ ଅନ୍ଧାରି ଇଲାକାରେ
ସେ ରୁଦ୍ଧ କୋଠରୀ ର ଅନ୍ଧାର ଭିତରେ
କେତେ ସପ୍ନ ଦେଖୁ ମୋ ପାଇଁ !
ତୋର ସେ ଅଶ୍ରୁସିକ୍ତ ନୟନ କୋଣ ରେ
କେତେ ଅପେକ୍ଷା ମୋର ହୁଏ
ତୋର ସେ ନିରାଶ ଜୀବନ ରେ
ହେଲେ ସବୁ ଅପେକ୍ଷା ଅନ୍ତ ହୁଏ ।
ଯେତେବେଳେ ମୋତେ ଦୁନିଆ ଦେଖିବା ମନା ହୁଏ
କାଳେ ତୋ ଗର୍ଭ ରେ ମୁଁ କାଳ ନାଗୁଣୀ ଟିଏ
ତୋର ପ୍ରତେକ ନିଶ୍ୱାସ ରେ ବିଶ୍ୱାସ ହଜିଯାଏ
ମୋ ଜନ୍ମ ର ଦୁଃଖ ତୋତେ ଭାଙ୍ଗି ଦିଏ
ମୋତେ ଜନ୍ମ ଦେବାର ସବୁ ସପ୍ନ ତୋର ହଜିଯାଏ।
କୁଆଡେ ମୁଁ ଅଲକ୍ଷଣୀ ଟିଏ !
ତୋ ପ୍ରଥମ ଗର୍ଭ ରେ ମୋତେ ମାରି ନିଶେଷ କରାଯାଏ
ବାହୁନି ବାହୁନି କାନ୍ଦୁ ତୁ କେବଳ ମୋ ମୃତ୍ୟୁ ରେ
କେବଳ ମୋରି ମୃତ୍ୟୁ ରେ
ଅନିଶ୍ଚିତା ଭିତରେ ଜୀବନ ଜିଇଁବାର ଦୁଃଖ
କେବଳ ତୋତେ ହିଁ ତ ମିଳେ ll