Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Tragedy Inspirational

3  

Jayashree Maharana

Abstract Tragedy Inspirational

ଲୋଡ଼ା ନବ ଜାଗରଣ

ଲୋଡ଼ା ନବ ଜାଗରଣ

1 min
229


ପାଳୁଛି ଗରବେ ମୁକ୍ତିର ଦିବସ   ସ୍ମୃତିକୁ ଉନ୍ମୁକ୍ତ କରି

ଚତୁର୍ଦ୍ଦିଗେ ଆଜି ଜୟ ହିନ୍ଦ ଧ୍ୱନି  ପବନେ ଆସୁଛି ଝରି ।

ଅନ୍ତର ପଚାରେ ଏ କି ସ୍ୱାଧୀନତା ସତରେ କିବା ତୁ ଖୁସି

ନିମିଷେ ଭାବନା ବିସ୍ତାରିତ କରି  ନୀରବରେ ଗଲି ବସି ।।


ଦେଶ ଗଉରବ ଲହୁ ଲୁହ ଦାନ   ପୂର୍ବଜଙ୍କଠାରୁ ପ୍ରାପ୍ତି

ସେଇ ଦେଶେ ସ୍ୱାର୍ଥୀ ଦିଗଜଙ୍କ ମେଳି ନୀରିହ କାନ୍ଦୁଛି ନିତି ।

ଦୁର୍ନୀତି ପଶାରେ ସନ୍ତୁଳି ହେଉଛି   ଅଭାବୀ ଆଖିର ସ୍ୱପ୍ନ

ଘର ଢ଼ିଙ୍କି ପରା କୁମ୍ଭୀର ସାଜିଛି   ମୁକ୍ତି ଏଠି ମୂଲ୍ୟହୀନ ।


କାନେ ଶୁଭୁଅଛି ବିକଳ ଚିତ୍କାର  କେତେ ବଧୂ କନ୍ୟାଙ୍କର

ସମାନତା ନୀତି ସତ୍ତାଶୂନ୍ୟ ଏଠି  ପ୍ରହସନ ଅଧିକାର 

ପ୍ରତି ପାଦେ ମୁହିଁ ଶଙ୍କିତ ପରାଣ  ସୁରକ୍ଷାର ନାହିଁ ଆସ୍ଥା

ବିବେକ ବିଚାର ନାହିଁ ପଶୁଙ୍କର  ଭାଷଣରେ ବଞ୍ଚେ ଶ୍ରୋତା ।


କେଡେ ମୁଁ ଅଜ୍ଞାନ କହୁଛି ସ୍ୱାଧୀନ  ପରିଭାଷା ଅର୍ଥଶୂନ୍ୟ

ସ୍ୱାଧୀନ ଦେଶରେ ସ୍ୱାଧୀନତା ପାଇଁ ଲୋଡା ନବ ଜାଗରଣ ।


Rate this content
Log in

Similar oriya poem from Abstract