ଭାଗ୍ୟବାଦୀ
ଭାଗ୍ୟବାଦୀ
ସୁଖ ସବୁ ଖୋଜୁଛି ବୋଲି ସିନା
ଦୁଃଖ ସବୁ ଏତେ କଷ୍ଟ ଦିଏ
ମୋ ନିଜର ଦୂରବସ୍ଥା ଦେଖି ଦେଖି
ଜାଣେନି କେଉଁଥିପାଇଁ
ପ୍ରାଣ ମୋର ଜଳି ଜଳି ଯାଏ I
ବଡ ବିଚିତ୍ର ଏ ସୃଷ୍ଟି
ବିଚିତ୍ର ଏ ସୃଷ୍ଟିର କରତା
ଅନ୍ଧାର ପରେ ଆଲୁଅ ଖଞ୍ଜିଛି ବିଧାତା
କାହିଁକି ସେ ନିର୍ଦ୍ଦୟ ମୋ ପାଇଁ
ଦିନର ଆଲୁଅ କଣ ମୋ ପାଇଁ କି ନାହିଁ
ଅନ୍ଧାରରେ ଜନ୍ମ ହେଲି
ଅନ୍ଧାରରେ ଯିବି ଲୀନ ହୋଇ I
ସମସ୍ତେ ନର୍ଦ୍ଦୟ ମୋ ପାଇଁ
ବିଧାତା ବି ନିର୍ଦ୍ଦୟ ହୋଇଛି
ଲୁହ ସବୁ ପିଇ ପିଇ ବଞ୍ଚିବାକୁ
ସତେ ଅବା ଭାଗ୍ୟେ ଲେଖାଅଛି I
ସବୁ ସୁଖ ସରିଗଲା ପରେ
ସବୁ ଆଶା ମରିଗଲା ପରେ
କ'ଣ ଆଉ ମୋ ପାଇଁକି ଅଛି
ହତାଶ ମଣିଷଟେ ମୁଁ
ନିତି ନିତି ନିଜ ଲୁହ ନିଜେ ପିଇ ପିଇ
ଭାଗ୍ୟ ଆଉ ଭଗବାନ
ନାଆଁ ଏବେ ତୁଣ୍ଡରେ ଧରିଛି I
