ଶ୍ରମିକ
ଶ୍ରମିକ
ଶ୍ରମିକ ସେ ନିଜ ଶ୍ରମ ଦେଇ ନୂତନ ଗଢିଦିଏ
ତାହାରି ଶ୍ରମରେ ପ୍ରକୃତିର ରୂପ ବଦଳିଯାଏ ।
ସମଗ୍ର ସୃଷ୍ଟିର ସେ ଅମୂଲ୍ଯ ରତ୍ନ ନିରବ ସ୍ରଷ୍ଟା
ହୋଇପାରେ ଶ୍ରମଯିବି କିନ୍ତୁ ସେଇତ ଦିଗଦ୍ରଷ୍ଟା ।
ରାସ୍ତା ଘାଟ ବନ୍ଧ ବାଡ କଳ କାରଖାନା ଯେତେକ
ଗଢି ତୋଳିଛି ନିଜ ହାତେ ସେ ଅଟେ ପରା ଶ୍ରମିକ
ସମାଜ ହିତେ ସଦା ଲାଗିଥାଏ ଶ୍ରମିକର ଶ୍ରମ
ଅଭାବି ସେ କାଳ କାଳରୁ କିଏ ବୁଝେ ତା ମରମ ।
ସୁଉଚ୍ଚ ଅଟ୍ଟାଳିକା ଗଢି ରହି ଥାଏ ଚାଳ ଘରେ
ଚିରାଫଟା ଛିଡାବସନ ଶୋହେ ସଦା ତା'ଦେହରେ।
ପର ଦୁଃଖରେ ଦୁଃଖି, ସୁଖ ପରିବାରେ ଦିଏ ବାଣ୍ଟି
ଦିନ ସାରା ଖଟି ଖଟି ସୁଖିଯାଏ ପେଟ ଅଣ୍ଟା ତଣ୍ଟି ।
ପେଟ ପାଇଁ ଜୀବନେ ସିଏ କେତେ ଶ୍ରମ କରୁଥାଏ
ସମୟ ସାଥେ ନୂଆକରି ସେ ସଂସାର ଗଢି ଯାଏ ।
ମୁଣ୍ଡ ଝାଳ ତୁଣ୍ଡେ ମାରି ଗଢେ ଦୁନିଆକୁ ଖୁସିରେ
ତା'ଶ୍ରମର ଫଳ ଆଉ କେ ଜଣେ ଉପଭୋଗ କରେ ।