Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Tragedy

4  

Niranjan Mishra

Tragedy

ଉଜୁଡା ମନର ଗୀତ

ଉଜୁଡା ମନର ଗୀତ

1 min
379



ଗୀତ ସିନା ଗାଏ ମନଫୁଲାଣିଆ

ଉଜୁଡି ଯାଇଛି ମନ ।

କି ଗୀତ ଗାଇବି କହ ଏବେ ମୁହିଁ

ଶୁଣିବ ଆରେ ମୋ ଧନ ।୧।

ପୋଡା ତିଅଣରେ ଅଛି କି ସୁଆଦ

ଉଜୁଡା ମନର ଗୀତ ।

ଗାଇବି ଶୁଣିବ କଅଣ ଲାଗିବ

କହୁନି ମିଛ ଏ ସତ ।୨।

ସଭିଏଁ ଜାଣନ୍ତି ବନ ପୋଡିଗଲେ

ମନ ପୋଡି ଜାଣେ କିଏ ?

ପୋଡା ମନ ମୋର ପୋଡି ଯାଇଅଛି

ସଦା ମୋ ପରାଣ ଦହେ ।୩।

ଏଇ ମନ ଦିନେ ରଜା ହୋଇଥିଲା

ରାଜସିଂହାସନେ ବସି ।

ରାଇଜଯାକର କଥା ବୁଝୁଥିଲା

ହେଉଥିଲା କେତେ ଖୁସି ।୪।

ଭଲମନ୍ଦ ସବୁ ବିଚାର କରିଲା

କଲା କେତେ ଭଲ କଥା ।

ସଭିଙ୍କର ଦୁଃଖ ହରି ନେଉଥିଲା

ନଥିଲା କାହାର ବ୍ୟଥା ।୫।

ଘୋଡା ଛୁଟୁଥିଲା ଘଡିକୁ ଘଡିଏ

ଆଜି ତ ସେକଥା ନାହିଁ ।

ବଢିଲା ବୟସ ହଜିଗଲା ବଳ

ବୁଦ୍ଧି ବିବେକ ହରାଇ ।୬।

ଉଜୁଡି ଯାଇଛି କାମନା ବାସନା

ବାକି ରହିଅଛି ଯାହା ।

ପ୍ରଭୁପଦେ ତାହା ସମର୍ପିତ କରେ

ସେଇ ଏକା ମୋର ରାହା ।୭।


Rate this content
Log in

Similar oriya poem from Tragedy