STORYMIRROR

Debabrata Mishra

Abstract Tragedy Inspirational

4  

Debabrata Mishra

Abstract Tragedy Inspirational

ଚେତନାର ଅସ୍ତ

ଚେତନାର ଅସ୍ତ

1 min
325


ଚେତନାର ଅସ୍ତ ହେଲେ....

କଠୋର ପଥର ଦିଶେ ସବୁଜ କୋମଳ ପତର

ତ୍ୟାଗ ଦିଶୁଥାଏ ସ୍ୱାର୍ଥର ଇନ୍ଦ୍ରଧନୁ ପରି

ଶାଳଗ୍ରାମ ଦିଶନ୍ତି ରାସ୍ତାର ଖଣ୍ଡେ ଗୋଡ଼ି

ମହାନତା ବି ଦିଶେ ହୀନମନା ମନ ପରି,

ଶୀତଳତାର ଅମିୟ ଭାଷ ଲାଗେ ସତେ ବିଷ

ମିଛର ଆଦର ହୁଏ ସତ ସହୁଥାଏ ଉପହାସ,


ଚେତନାର ଅସ୍ତ ହେଲେ....

ବିବେକ ବି ଯାଏ ମରି ଦୟା ଭାବ ଯାଏ ସରି

ଆତ୍ମା ର କଥାକୁ ବାରବାର ହତ୍ୟା କରେ ମସ୍ତିଷ୍କ 

ଦେଖିପାରେନି ସେ ଲୁହ,କୋହ ଓ ସ୍ନେହ

ସମୟ ଫେରେ ନାହିଁ ମଣିଷ ମରିଯାଏ,

ଫୁଲ ବି ଦିଶେ କଣ୍ଟାର ନିଷ୍ଠୁର ନିର୍ଦୟ ରୂପ

ଜ୍ଞାନ ନାଶ ହୁଏ ଜନ୍ମନିଏ ମନେ ଅଜ୍ଞାନ ଅମାପ,


ଚେତନାର ଅସ୍ତ ହେଲେ....

ନିର୍ମଳ ଥାଇ ବି ଦିଶେ କଳାବାଦଲ ଭରା ଆକାଶ

ଏଠି କେହି ନୁହଁନ୍ତି ଭୁଲ୍ ଅବା ଦୋଷୀ 

କେହି ନୁହନ୍ତି ଦାୟୀ, କାହାକୁ ଦେଇହୁଏନି ଦୋଷ

ସମୟ ଖେଳୁଥାଏ ପରା ଖେଳ ହସିହସି,

ଯାହା ଘଟୁଛି ତାକୁ ଘଟିବାକୁ ଦିଅ

ଯେ ହସୁଛି ହସୁଥାଉ ଖୁସିରେ ଖୁସିରେ

ଯେ କାନ୍ଦୁଛି ତାକୁ କାନ୍ଦିବାକୁ ଦିଅ ନିଷ୍ପତ୍ତି ନେଉ ସମୟ,


ଚେତନାର ଅସ୍ତ ହେଲେ....

ନକରାତ୍ମକ ଶକ୍ତି ଅନବରତ କରୁଥାଏ ଉଦ୍ୟମ

କରିବ ସେ ବିବେକକୁ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ

ହାରିଗଲା ଭଳି ଲାଗେ ଉଦାରତା 

ନିଃସ୍ୱାର୍ଥପର ମଣିଷ ହୁଏ ବୋଧେ ପରାସ୍ତ,

ଈଶ୍ୱରଙ୍କ ବଗିଚାରେ ସମସ୍ତେ ସୁନ୍ଦର

ଜୀବନର ମାନେ ପରା ଆଜି ଉଦୟ କାଲି ଅସ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract