STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କବିଟିଏ

କବିଟିଏ

1 min
342


କବିଟିଏ ଯଦି କବିତା ଲେଖୁଛି

   ମାଟି ମାଆ ଖୁସି ପାଇଁ,

ଭାଷା,ସାହିତ୍ୟର ସୁରକ୍ଷା ଦିଗରେ

   ଆକ୍ରାନ୍ତ ଉଦ୍ୟମ ନେଇ।

ସାହିତ୍ୟ ବଞ୍ଚିଲେ ସମାଜ ବଞ୍ଚିବ

    ସାହିତ୍ୟ ସଂସାର ହିତ,

କଲମ ମୁନରେ ଅନେକ ବାରତା‌

    ଦିଏ କବି ଅବିରତ।

ସଂସ୍କୃତି,ଐତିହ୍ୟ, ପରମ୍ପରା ବିଧି

    ବିଧାନର ଜ୍ଞାନମତେ,

ଅମୃତ ସୃଜନୀ ବାଣ୍ଟିଥାଏ‌ କବି

    ଦୁସ୍ତ ସମାଜର ହିତେ।

କଲମ ତାହାର ତୋପ କମାଣଟି

    କବିଟି ବୀର ଯବାନ,

ଶବ୍ଦ ଗୁଳି ମାରି ଅହଂକାର ଶତ୍ରୁ

    କବି କରେ ବିନାଶନ।

କୁସଂସ୍କାର ରୂପି ରିପୁ ବିନାଶୁଛି

    କବି ଦେଶ ମାନ‌ଅର୍ଥେ,

ପ୍ରେମର ଜାତୀୟ ସଙ୍ଗୀତ ଗାୟନେ

    ସ୍ନେହ ଶରଧାକୁ ବାଣ୍ଟେ।

ସଂସ୍କାରର ଖାକି ବର୍ଦ୍ଦୀ ପରିଧାନେ

    ଭାବ ସୀମାନ୍ତରେ ରହି,

ଦିନ ରାତି ସେହି କରୁଛି ଲଢେଇ

    ଦେଶର ଇଜ୍ଜତ ପାଇଁ।

ସହିବନି କେବେ ଶତ୍ରୁର ଗାରୀମା

    ସହିବନି କାର‌ ଦମ୍ଭ,

ନିଜ ସ୍ବାଭିମାନ ବଞ୍ଚେଇ ରଖିବ

    ଏଇ ଦେଶ ପ୍ରେମ‌ ଭାବ।

ବିପ୍ଳବ କବିତା ଲେଖିଛି ଏ କବି

    ପ୍ରେମର ଲେଖନୀ ଧରି,

ହୃଦେ ନେଇ ପ୍ରତିଶୋଧ ଭାବଧାରା

    ନିଜେ ଦିଏ ଆତ୍ମ ବଳି।

କେତେବେଳେଲେଖେଭାବର କବିତା

    କେତେବେଳେ ପ୍ରେମ ଗୀତ,

କେତେବେଳେଲୁହ କାଳିରେ‌ ଲେଖିଛି

     କେତେବେଳେ ହାସ୍ୟ ତତ୍ତ୍ଵ।

କେତେବେଳେ କାହା ଓଠରେ ଭରିଛି

     ଚେନାଏ‌ ଦରଦୀ ସୁଖ,

କେତେବେଳେ ସିଏ ସମାଜକୁ ଦେଖି

     ଆଙ୍କେ ସାମ୍ପ୍ରତିକ ଚିତ୍ର।

ବାସ୍ତବତା ପଛେ ସତ୍ୟକୁ ଆଦରି

     ଧର୍ମ ଯୁଦ୍ଧ କରିଥାଏ,

କାହାର କୁତ୍ସିତ କାର୍ଯ୍ୟ ଦେଖିଦେଲେ

    ରକ୍ତ ବାଣ ହୋଇଯାଏ।

ପ୍ରତି ରକ୍ତ ବିନ୍ଦୁ ଅଜାଡୁଛି‌ କବି

    ଭାବର ରଣ କ୍ଷେତ୍ରରେ,

ହାରିବା ଶିଖିନି‌ ଜିତିବା ଶିଖିଛି‌

    କବିଟିଏ‌ ଜୀବନରେ‌। 

ମୁକ୍ତାକାଶ ପକ୍ଷୀ କବିଟିଏ‌ ଏଠି

     ନାହିଁ ତା'ର ପରାଧୀନ,

ସ୍ଵଇଚ୍ଛାରେ ଅଗମ୍ଯରେ‌ ଭ୍ରମିପାରେ

     ସର୍ବଦା ସିଏ ସ୍ଵାଧୀନ।

ଯେତେ ଚେଷ୍ଟା କରି କେହି କବିଟିକୁ

     କେବେ ବାନ୍ଧି ପାରେ ନାହିଁ,

ଅଜୟ ଅମର ସତ୍ ଶିବ ସୁନ୍ଦର

     ବୀର ଯବାନଟି ସେହି।

ଦେଶ ହିତେ କବି ଦିଏ ଆତ୍ମ ବଳି

     ଦେଶର ଯୋଗ୍ୟ ସନ୍ତାନ,

ତୋପ ସଲାମୀର ପ୍ରେମ ଶ୍ରଦ୍ଧାଞ୍ଜଳୀ

     କବିର ଶ୍ରେଷ୍ଠ ସମ୍ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy