ପାଳଭୂତ
ପାଳଭୂତ
କବିତା - ପାଳଭୂତ
ରଚନା - ପାଞ୍ଚାନନ ଜେନା
ତାରିଖ -୧୯-୦୭-୨୦୨୬
+++++++++++++++++
ଗହଳ ମାଣ୍ଡିଆ କ୍ଷେତ ମଝିରେ
ହୋଇଥାଏ ରଣପା ପରି ଛିଡ଼ା
ଡେଙ୍ଗା ଅବଶ୍ୟ
ପୁରୁଣା କୁଟା କପଡ଼ାରେ ଗଢ଼ା
ହସିବା କାନ୍ଧିବା କଥା ଛାଡ଼
ତୁଣ୍ଡ ଖୋଲିବା ବି ମନା ତାକୁ ହାଉଡ଼ା
କିମ୍ଭୁତ କିମ୍ଭାକାର ନାକ କାନ ଅଖି
ପଶୁ ପକ୍ଷୀ ଘଉଡ଼େଇବା ପାଇଁ ପଡ଼େ ଲୋଡ଼ା
କୁ-ଦୃଷ୍ଟି ପାଇଁ ଚାଷୀ ବିଚରା କରିଦିଏ ଖଡ଼ା
ତା ନାଁ କୁଆଡ଼େ ସମସ୍ତେ କହନ୍ତି ପାଳଭୂତ ବାପୁଡା
ଲକ୍ଷ୍ୟରେ ହେଉ କି ଅଲକ୍ଷ୍ୟରେ
ନଜର ପଡ଼େ ପ୍ରତ୍ୟକ୍ଷରେ ବା ପରୋକ୍ଷରେ
ଅନେକ ଡ଼ରାନ୍ତି ଥରାନ୍ତି
କଥା କଥାକେ କଳ୍ପନାର ଛଟା ଛାଡ଼ନ୍ତି
ଜାଣିଛ କି ?
ଭୂତର ଆତ୍ମା ଶୋଇଥାଏ ଭିତରେ
ଭୂତ ଭଳି କାନ୍ଦିବାର ଶୁଣିଛି ମୁଁ ରାତିରେ
ଭୂତରୁ ପିଶାଚ ପାଲଟିବାର ଦେଖିଛି ମୁଁ ସତରେ
ବେତାଳ ହେବା ବି ଦେଖିଛି ନିଜ ଆଖିରେ
ସ୍କୁଲରୁ ଫେରିଲା ବେଳେ
ଲାଗୁଥାଏ ଭୀଷଣ ଡ଼ର
ସଞ୍ଜ ବୁଡୁ ବୁଡ଼ୁ ହେଲା ପରେ
ଛାଡି ଧଡ଼ ଧଡ଼ ଅନେକ ଥର
ଅଧୁନା ବଡ଼ ହେଲିଣି ଅଳ୍ପ ବହୁତେ ବୁଝିଲିଣି
ନିଶ ଦାଢ଼ି ପାଚି ଗଲାଣି
ଚମ ଧୁଡୁ ଧୁଡୁ ହେଲାରୁ ସବୁ ମୁଣ୍ଡରେ ପଶିଲାଣି
ଏ ଜନଗହଳି ପୂର୍ଣ୍ଣ ମଣିଷ ସମାଜରୁ
ବିଶ୍ଵର ସର୍ବାଧିକ ଜନବହୁଳ ଭିଡ଼ରୁ
ଅନେକ ମୁଖାପିନ୍ଧା ପାଳଭୂତ ଏଠି
ପାଇଁତରା ମାରନ୍ତି ସକାଳ ପ୍ରହରୁ
