STORYMIRROR

Panchanan Jena

Romance

4  

Panchanan Jena

Romance

ପ୍ରଣୟ ବଲ୍ଲରୀ

ପ୍ରଣୟ ବଲ୍ଲରୀ

1 min
0

କବିତା - ପ୍ରଣୟ ବଲ୍ଲରୀ
ରଚନା - ପଞ୍ଚାନନ ଜେନା
ତାରିଖ -୧୪-୦୭-୨୦୨୬
++++++++++++++++
 ଶୟନେ ସପନେ ଅବା ଜାଗରଣେ
ତୁମକୁ ରଖିଛି ମନ କୋଣରେ ଆତ୍ମା ପ୍ରସାରି
ମୋ କାନ୍ତେଶ୍ୱରୀ-୧

 ସ୍ମରଣେ ଚିନ୍ତନେ ଅବା ନିକାଞ୍ଚନେ
ତୁମକୁ ରଖିଛି ଭାବ ଠଣାରେ ମନ ଉତାରି
ମୋ ମାଣେଶ୍ୱରୀ-୨

 ଲେଖନେ ଲିଖନେ ଥବା ଉଚ୍ଚାରଣେ
ତୁମକୁ ରଖିଛି ଚେତନା ମୁଣାରେ ଜ୍ଞାନ ଆହରି
 ମୋ କାମେଶ୍ୱରୀ-୩

 ପଠନେ ପାଠନେ ଥବା ଯୋଗାସନେ
 ତୁମକୁ ରଖିଛି କଳ୍ପ ଆଇନେ ଧ୍ୟାନ ଟଙ୍କାରି
ମୋ ଶାକମ୍ବରୀ-୪

 ମନନେ ମାନନେ ଅବା ପଦ୍ମାସନେ
 ତୁମକୁ ରଖିଛି ନେତ୍ର ପଲକେ ପ୍ରେମ ଶୃଙ୍ଗାରୀ
 ମୋ ଚନ୍ଦନଗୌରୀ-୫

 ଭ୍ରମଣେ ଭ୍ରାମଣେ ଅବା ଟାଣପଣେ
 ତୁମକୁ ରଖିଛି ଗାତ୍ର ଛଟକେ ସ୍ନେହ ଆବୋରି
 ମୋ ହୃଦୟେଶ୍ୱରୀ-୬

 କର୍ଷଣେ କାର୍ଷଣେ ଥବା ଶୂନ୍ୟମନେ
ତୁମକୁ ରଖିଛି ହସ୍ତ ଆଞ୍ଜୁଳେ ମୁଷ୍ଟି ସଂଚାରୀ
ମୋ ଖମ୍ବେମ୍ବରୀ -୭

 ବର୍ଷଣେ ବାର୍ଷଣେ ଅବା ବ୍ୟସ୍ତମନେ
ତୁମକୁ ରଖିଛି ମାନ ଭଞ୍ଜନେ ବାହୁ ବିହାରୀ
 ମୋ ପାଟପିତାମ୍ବରୀ -୮

 ରମଣେ ରାମଣେ ଅବା ଶବାସନେ
 ତୁମକୁ ରଖିଛି ଗଳ୍ପ ମାନସେ ଶବ୍ଦ ଝଙ୍କାରୀ
ମୋ ପ୍ରାଶେଶ୍ଵରୀ -୯

 ବସନେ ବାସନେ ଅବା ଖାଦ୍ୟ।ସନେ
 ତୁମକୁ ରଖିଛି ଋତୁ ଆବର୍ତ୍ତେ ସ୍ମରି ବିସ୍ତାରୀ
ମୋ ବାଣେଶ୍ୱରୀ -୧୦

 ଅରଣ୍ୟେ ଆରଣ୍ୟେ ଅବା ହାସ୍ୟମନେ
 ତୁମକୁ ରଖିଛି ଗର୍ଭ ଆସ୍ଥାନେ ବାସ ଉତାରି
ମୋ ବ୍ରହ୍ମେଶ୍ୱରୀ -୧୧

 କଥନେ ମନ୍ଥନେ ଅବା ସଭାସ୍ଥାନେ
 ତୁମକୁ ରଖିଛି ଭଦ୍ର ଆସନେ ଫୁଲ ସବାରୀ
 ମୋ ଆଜ୍ଞେଶ୍ୱରୀ -୧୨

 ଜୀବନେ ସ୍ପନ୍ଦନେ ଅବା ସହାବସ୍ଥାନେ
ତୁମକୁ ରଖିଛି ରମ୍ୟ ବସନେ ଚିତ୍ର କୁମାରୀ
ମୋ ପ୍ରଣୟବଲ୍ଲରୀ -୧୩

 କଟକେ ଛଟକେ ଅବା ବାସସ୍ଥାନେ
 ତୁମକୁ ରଖିଛି ଶ୍ରୀରାଧା ସମାନେ ମନ ଟାଙ୍କୁରୀ
 ମୋ କୁମୁଦିନୀଗୌରୀ -୧୪

 ଆସ୍ଥାନେ ପ୍ରସ୍ଥାନେ ଅବା ଶମଶାନେ
 ତୁମକୁ ରଖିଛି ଈଶ୍ୱରୀ ସମ୍ମାନେ ଭକ୍ତି ହୁଙ୍କାରୀ
ମୋ ନାମପଞ୍ଚାକ୍ଷରୀ -୧୫


Rate this content
Log in

Similar oriya poem from Romance