ଆନ୍ଦୋଳିତ ଆନ୍ଦୋଳନ
ଆନ୍ଦୋଳିତ ଆନ୍ଦୋଳନ
କବିତା - ଆନ୍ଦୋଳିତ ଆନ୍ଦୋଳନ
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୭-୨୦୨୬
++++++!+++++++++!
ଲଢ଼ିବା ଆଉ ବଢ଼ିବା
ପାଦେ ପାଦେ ଦିଶୁଥିବା କଣ୍ଟାକୁ ଓପାଡ଼ିବା
ତେବେ ଯାଇଁ ସଜାଡିବା
ସୁନାର ଭାରତ ଗଢ଼ି ପାରିବା
ଅଧିକାର ପାଇଁ ଲଢ଼ିବା
ଅଧିକାର ଆମର ଜନ୍ମଗତ
ପୁଣି ସାମ୍ବିଧାନିକ ହସ୍ତଗତ
ମୌଳିକ ମର୍ଯ୍ୟାଦା ପ୍ରଦାନ ପାଇଁ
ଯେତେ ସବୁ ବାଧାବିଘ୍ନ ଘଉଡେଇବା ତଡିବା
ଲଢ଼େଇ କର
ଲଢ଼େଇ କରି ପାରିବନି , ପଢ଼ାଇ କର
ସେଇଟା ବି କରି ପାରିବନି , ଶବ୍ଦ କମାଣ ଧର
ତୁଣ୍ଡ ଖୋଲି ମୁଣ୍ଡ ମଗଜ ମେଲି ପ୍ରତିବାଦ କର
ସେଇଟା ବି ଅସମ୍ଭବ ହେବନି , ଲେଖିପାର
କବିତା ଗଳ୍ପ ମାଧ୍ୟମରେ ଶାଣିତ ବିରୋଧ ସ୍ୱର
ସଂଗ୍ରାମ କର
ତେବେ ସିନା ସଂଗ୍ରାମ କେଶରୀ
କରିବ ପଟ୍ଟ ପରିବର୍ତ୍ତନ
କେମିତି ହେବ ପଟ୍ଟନାୟକ କୂଳନନ୍ଦନ?
ବିଦ୍ରୋହ କର
ଆନ୍ଦୋଳନ ବି କର
ସେଇଟା ବି ଲାଗୁଛି କଷ୍ଟକର , ସତ୍ୟାଗ୍ରହ କର
ସେଇଟା ବି ଆହୁରି ବଚସ୍କର , ଅନୁସନ୍ଧାନ କର
ବସିବା ଠାରୁ କାଶିବା ଶ୍ରେୟସ୍କର
ତେଣୁ ତୁମେ ଜୀବିତ ଅଛ ବୋଲି ପ୍ରମାଣ କର
ମଝିରେ ମଝିରେ କିଛି କାଣ୍ଡ କାରଖାନା କରି
ଖଣ୍ଡ ମଣ୍ଡଳକୁ ଆଚମ୍ବିତ ଆଲୋକିତ କର
ତେଣୁ ସାହାଯ୍ୟ କର
ବିଭିନ୍ନ କୋଣ ଅନୁକୋଣରେ
ଯୁଦ୍ଧ କରୁଥିବା
ଯୋଦ୍ଧାଙ୍କୁ ସାହାଯ୍ୟର ହାତ ପ୍ରଦାନ କର
ସେଇଟା ବି ହେବନି , ତାଙ୍କ ମନରେ ଦୟ ଭର
ସମୟ ସୁବିଧା ଦେଖି ଅନ୍ତତଃ ଥରେ ଅଧେ
ଶୋଇଥିବା ଦେଶପ୍ରେମକୁ ଜାଗ୍ରତ କର
ପର୍ବତ ଦୂରରୁ ସୁନ୍ଦର ମନୋହର
ସବୁ ଯୁଦ୍ଧ ମହାଯୁଦ୍ଧରେ ପରିବର୍ତ୍ତନ କର
ସବୁ ସଂଗ୍ରାମ ସ୍ୱାଧିନତା ସଂଗ୍ରାମରେ ରୂପାନ୍ତରିତ ସ୍ଵର
ସବୁ ପ୍ରକାର ବିଦ୍ରୋହ ୧୮୫୭ର ସିପାହୀ ବିଦ୍ରୋହ ଠାରୁ ଦ୍ରୋହ
ସବୁ ପ୍ରକାର ଆନ୍ଦୋଳନ , ଭାରତ ଛୋଡ଼ ଆନ୍ଦୋଳନ ଠାରୁ ସମନ
ସବୁ ପ୍ରକାର ସତ୍ୟାଗ୍ରହ , ଲବଣ ସତ୍ୟାଗ୍ରହ
ଠାରୁ ଅଗ୍ନି ସଂଯୋଗ ଉପଗ୍ରହ
ସେ ସବୁଠାରୁ ଦୁଇ ଚାରି ପାଦ ଆଗକୁ ଯାଇ
ଲମ୍ବା ଲମ୍ବା ନ ହେଉ
ଛୋଟ ମୋଟ କର
ଅତି କମ୍ରେ ଅଳ୍ପ ସଂଖ୍ୟକ
ସଂଗ୍ରାମୀ ଯୋଦ୍ଧାଙ୍କ ମନୋବଳକୁ
ପୂର୍ଣ୍ଣ ବଦଳରେ କ୍ଷୂର୍ଣ୍ଣ ନ କର
ସ୍ୱର୍ଣ୍ଣ ବଦଳରେ ଚୂର୍ଣ୍ଣ ନ କର
କାରଣ
ଆମ ଭଳିଆ ଅଛନ୍ତି ବହୁତ ଅପାରଗ
ମୌନୀ ଶିକ୍ଷିତ ଭିରୁ ପାବାରିଆ ବର୍ଗ
ଆମ ଭାଗର ସଂଗ୍ରାମ ସତ୍ୟାଗ୍ରହ
ଆନ୍ଦୋଳନ
ବିରୋଧ ତଥା ସବିନୟ ସାଗ୍ରହ
ଲଢୁଛନ୍ତି ଅଳ୍ପକିଛି
ସଂଗ୍ରାମ କରୁଛନ୍ତି ଆଉକିଛି
ସମ୍ଭବତଃ ଶେଷତ୍ୟାଗୀ ଦାୟାଦ ଆଗ୍ରହ
ନୀରବ ହୋଇ
ତୁଣ୍ଡି ବନ୍ଧେଇ
ମୌନୀ ପ୍ରତିବାଦ କରି
ଅତି କମରେ ମର
ଶେଷ ବଳିଦାନ ପୂର୍ବରୁ
ଶେଷ ସମନ ବହୁ ପୂର୍ବରୁ
କିଞ୍ଚିତ ଦେଶସେବା କରି ମର ସଂସାରୁ ତର ।
