ନିର୍ବାଣ ପଥଗାମୀ
ନିର୍ବାଣ ପଥଗାମୀ
କବିତା - ନିର୍ବାଣ ପଥଗାମୀ
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୭-୨୦୨୬
+++++!!!+++++++++
ଯାହାସବୁ ଦେଇଥିଲି ଆଗରୁ
ଯାଚି ଉପଯାଚି ଯମାରୁ ଅଧାରୁ
ଏ ମନ ଏ ମାଟି ଏ ଯୌବନ
ଏ ନିରୋଳା ବନ୍ଧନ ଏ ନରମ ଚୁମ୍ବନ
ଆଉ ଯାହା ଥିଲା ବାକି ଟିକେ ପ୍ରେମ ସିନ୍ଦୁକରେ
ସମର୍ପି ଦେଲି ସ୍ୱର୍ଗଦେହ ସ୍ୱଇଚ୍ଛାରେ
ଏ ତନ ଏ ମନ ଏ ଭାବ ଅବଗୁଣ୍ଠନ
ଜାଣିଲି ତୁମେ ପ୍ରେମ ବୈରାଗୀ
ଇଚ୍ଛୁଛ ନିର୍ବାଣ ପଥଗାମୀ ନମାମୀ ସରାଗୀ
ତୁମ ଆଦିମ ତୃଷ୍ଣାର ଶୋଷ ମେଣ୍ଟେଇବାର
ଶେଷ ମାଧ୍ୟମ ହେବି ଦେବଦାସୀ ସରାଗୀ
ଠିକଣା ପାଉଣା ସବୁ ମିଳେଇ ମିଶେଇ ଦେବି
ଥରେ ନୁହଁ ଅୟୁତ ନିୟୁତ ଥର ଝାସ ଦେବି
କୀଟପତଙ୍ଗର ନିଃସର୍ତ୍ତ ମରଣ ପରି
ଖାସ୍ ତୁମରି ନିର୍ବାଣ ପଥ ପାଇଁ ସମର୍ପି ଦେବି
ସତିପ୍ରଥାର ନିର୍ବାକ୍ ଅଗ୍ନୀପରୀକ୍ଷା ପରି
ମୁଁ ସହର୍ଷେ ସନ୍ତରଣ କରିଯିବି
ବୁଡ଼ୁଥିବି ଉଠୁଥିବି ପୁଣି ଥରେ ପ୍ରୟାସ ପ୍ରୟୋଗୀ ହେବି
ଜାଣିଥାଅ ତୁମ ଯାତନା ପ୍ରାର୍ଥନା ସବୁ ମୋର
ତୁମ ପାଇଁ ତିଳ ତଣ୍ଡୁଳିତ ପ୍ରତିଜ୍ଞା ବି ମୋର
ହସି ହସି ସମର୍ପି ଦେବି ନିଜକୁ ଅନେକ ଥର
ଇଚ୍ଛାମଡେ ଲଙ୍ଗିଯିବି ହ୍ରଦ ନଦୀ ସାଗର ମହାସାଗର
ପୁଣି ଲମ୍ଫ ପ୍ରଦାନ କରି ଡେଇଁ ଯିବି
ଛାୟାପଥ ହେଉ ବା ଆକାଶଗଙ୍ଗା ତୀର
କଳ୍ପନାତୀତ ଅନ୍ତରୀକ୍ଷ ଛାତଛୁଇଁ ଶତ ସହସ୍ର ବାର ।
