STORYMIRROR

Panchanan Jena

Fantasy

4  

Panchanan Jena

Fantasy

ରକ୍ତିମ ଦୃଷ୍ଟିକୋଣ

ରକ୍ତିମ ଦୃଷ୍ଟିକୋଣ

1 min
0

କବିତା - ରକ୍ତିମ ଦୃଷ୍ଟିକୋଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୩-୦୭-୨୦୨୬
+++++++++++++++
 ଏମିତି ସେମିତି ଚିନ୍ତା ଚୈତାଳି
ବେଳେ ବେଳେ ଚହଲାଏ ମନ ପଟାଳି

ଯେମିତି ଲାଲ ଶାଢ଼ୀ ଅଲତା ସିନ୍ଦୁର ଟିକିଲି ଚୁଡ଼ି
 ଲାଲପାନ ବିବିର ଷୋହଳ ଶୃଙ୍ଗାର ପେଡ଼ି

 ଲାଲ ଅବିର ରକ୍ତ ଗୋଲାପ ପେନ୍ଥା ମନ୍ଦାର
 ଲାଲ ପାଟଶାଢ଼ୀ ପିନ୍ଧି ବଗିଚାରେ କଲେ ବିହାର
 ଲାଲ ପରୀ ବୋଧେ ଆସିଲା କି ଛାଡ଼ି ସ୍ଵର୍ଗପୁର

 ଲାଲ କିଲ୍ଲା- କୋଠା ଉପରେ ରକ୍ତ ପତାକା ଉତ୍ତୋଳନ
ଲାଲବତୀ ଦୈଡେ ଲଗେଇ ପେଁ ପେଁ ସତର୍କ ସଙ୍କେତ କେତନ
କେତେ ଭୟ କେତେ ଆତଙ୍କ ଦୃଷ୍ଟିରେ
ସଭିଏଁ କରନ୍ତି ନାସିକା କୁଞ୍ଚନ

 ଭାବିବାର କଥା ଏଠାରେ ସେଠାରେ ସବୁଠାରେ
ରଙ୍ଗ ସମାନ କିନ୍ତୁ ଭିନ୍ନ ଦୃଷ୍ଟିକୋଣ ସଙ୍କେତରେ

 ଦଙ୍ଗା ହଙ୍ଗାମାରେ ଯୁଦ୍ଧ ସମୟରେ
ସୃଷ୍ଟିକରେ ଲାଲ ରକ୍ତରେ ହୋଲି ଖେଳ
ସୁନ୍ଦର ଭାଇଚାରା ବନ୍ଧୁତ୍ୱ ସୃଷ୍ଟି କରିପାରେ
ଦୁଇ ବୋତଲ ରକ୍ତ ଦାନ କରି ପାରିଲେ
ରୋଗୀ ବେମାର ପିଡ଼ିତ ବ୍ୟକ୍ତି ମନରେ
ଜାତି ଧର୍ମ ବର୍ଣ୍ଣ ରାଜ୍ୟ ରଙ୍ଗ ନିର୍ବିଶେଷରେ

 ହେ ମୁଢ଼ମତି ଦୈତ୍ୟ ମାନବ ସମାଜ
 ମାନବତାର ମହାମନ୍ତ୍ରରେ ଦୀକ୍ଷା ସେଜ
ମାର୍ଜିତ ହେଉ ମାର୍କିତ ହେଉ ଦୃଷ୍ଟିକୋଣ ଆଜ

 ରଙ୍ଗୀନ ହେଉ ସ୍ନେହ ପ୍ରେମ ବନ୍ଧୁତ୍ୱର ଆସର
ଯହିଁ ନିତି ଭେଟ ହେବ ମୁକୁଳା ହୃଦୟ ସହିତ
ଖୋଲାମେଲା ନଶ୍ଵର ଆତ୍ମାର ରୁଦ୍ଧ ଅଭିସାର

ମଣିଷ ମଣିଷ ପାଇଁ ରକ୍ତ ରଞ୍ଜିତ
 ହୋଲିଖେଳ ବନ୍ଦ କରିବାକୁ ଦେବ
 ଗଜପତି ଡାକରା ହୁଁକାର
ଯୁଦ୍ଧକ୍ଲିଷ୍ଟ ବିଶ୍ଵରେ ଅଚିରେ ସ୍ଥାପିବ ହେବ
ଶାନ୍ତି ପୁରସ୍କାର
 ଘୋଷଣା କରିବାକୁ ବାଧ୍ୟତାମୂଳକ ଛାର ବୈଶାନର ।


Rate this content
Log in

Similar oriya poem from Fantasy