ଶବ୍ଦ ଯନ୍ତ୍ରଣା
ଶବ୍ଦ ଯନ୍ତ୍ରଣା
କବିତା - ଶବ୍ଦ ଯନ୍ତ୍ରଣା
ରଚନା - ପଞ୍ଚାନନ ଜେନା
ତାରିଖ -୧୨-୦୭-୨୦୨୬
++++++++++++++
ଆଜିର ଏ ଶବ୍ଦ ଯନ୍ତ୍ରଣା
କଲାରେ ଭଲାରେ କି ମନ୍ତ୍ରଣା
କେଜାଣି କେମିତିକା ସଣ୍ଠଣା
ସବୁ ଦିନପରି ଜିଜ୍ ଧରିଲା ନେବ ଖେଳଣା
ମେଳାରେ ଅବୁଝା ଅସୁଝା ଛୋଟ ପିଲା ପରି
ଭାବନା
ବାଲିରେ ଦୁମ୍ କରି ପଡ଼ିଗଲା ଗଡିଗଲା
ଜୋର ଜୋରରେ କାନ୍ଦିଲା ଲୁହ ଲାଳ ଗଡେଇଲା
ପକେଟ ଫଟେଇ ବାହାର କରିବାକୁ ବାଧ୍ୟକଲା
ଅସହାୟ ଅବସ୍ଥାରେ କେଇ ଖଣ୍ଡ ମାଗଣା ଝୁଲଣା
ହାଏରେ ହାଏ
ମୋତେ ଯମ କାହିଁକି ନଉନି ଏ ଯାଏଁ ?
ଗର୍ଭ ଯନ୍ତ୍ରଣା ସହି ହୁଏ ନଶ୍ଵର ଦେହେ
ମାତ୍ର ଶବ୍ଦର ଦୁର୍ବାର ମୁର୍ଦାର ଘୋଷଣା
ସହିବା ଛାଡ଼ ଶୁଣିବା ବି ହେଲେ ମାଗଣା
ଛାତି ମୁର୍ଦ୍ଧନା ଫଟେଇବ କିଳିକିଳା ନାଦ ମନ୍ତ୍ରଣା
ସାଜି ପୁତନା ରାକ୍ଷସୀ ପରି ନିଷ୍ଠୁରା ସୁମରଣା
ପିନ୍ଧୁଥିଲେ ସୁନା ରୂପା ଗହଣା
କେତେ ତରଳା ତରଳି
ଅଗ୍ନି ପରୀକ୍ଷା
ପରେ ମାର୍କେଟ ମାର୍ଜନା
ଘରେ ଥିବ ଦାଆ ଦାଉଲି କୋଡ଼ି କୋଦାଳ
କାତି କଣ୍ଟାକାତି ଛୁରି ପନିଖି ଲଙ୍ଗଳ ଫାଳ
ପୂରା ଲୁହା କାରଖାନା ଠିକଣା
ଅଙ୍ଗାର ନିଆଁରେ ଲାଲ୍ ଟହଟହ ଜଳେ
ହାତୁଡ଼ି ପାହାର ଖାଏ ଘନ ଘନ ପ୍ରହାର ବଳେ
କହିଲ ଦେଖି କେତେ ସହେ ଯମ ଯନ୍ତ୍ରଣା ?
ମାତ୍ର ଧଙ୍କେଇବା ଶବ୍ଦ ଯନ୍ତ୍ରଣା
ଥରେ କାନରେ ପଡିଗଲେ
ରଖେଇ ଦବନି ଯମାରୁ ଦୟାରୁ
ଉଠେଇ ବସେଇ ଦବନି ଗାରୁ ଗାରୁ
କାରଣ ଶବ୍ଦ ହିଁ ସବୁ ସମସ୍ୟାର ଅଙ୍କୁର
ଚାହିଁଲେ ଗଢି ପାରେ ଆଲୋକସ୍ତମ୍ଭ ବତୀଘର
ଚାହିଁଲେ ଭାଙ୍ଗିପାରେ ହେମ ଖଚିତ ସୁରମ୍ୟ ଘର
ଭାବିଲା ବେଳକୁ ପୁଣି ଆରମ୍ଭ ଶବ୍ଦ ଯନ୍ତ୍ରଣା
କାନ ଫଟେଇ ଦେବାଭଳି ନିର୍ଘାତିଆ କାନ୍ଦଣା
