STORYMIRROR

Panchanan Jena

Fantasy

4  

Panchanan Jena

Fantasy

ମଲାଟଦିଆ ସମୟ

ମଲାଟଦିଆ ସମୟ

1 min
0

କବିତା - ମଲାଟଦିଆ ସମୟ
ରଚନା - ପଞ୍ଚାନନ ଜେନା
ତାରିଖ -୧୩-୦୭-୨୦୨୬
++++++++++++++++!
ଜୀବନ ବୋଲି ଭାବିଛି ଯାହା
କହିବି କହିବି ପାରିନି କହି
କଷ୍ଟକୁ ଆଉଟି ଖୁସିକୁ ସାଉଁଟି
ଓଠ ତୁଠରେ ହସୁଛି ରହି

 ସମୟ ବୋଲି ଜାଣିଛି ଯାହା
ଲେଖିବି ଲେଖିବି ସାରିନି ଲେଖି
ସ୍ୱପ୍ନକୁ ଚକଟି ମନକୁ କାଟିକୁଟି
ଭାବନା ତରଙ୍ଗେ ଚାଲେ ସଲଖି

 ନିୟତି ବୋଲି ବୁଝିଛି ଯାହା
ଗାଇବି ଗାଇବି ପାରିନି ଗାଇ
ପଛକୁ ଆକଟି ଆଗକୁ ଫରକଟି
 କର୍ମ ଧର୍ମ ଦାଣ୍ଡେ ଦୈତୁଛି ଭାଇ

 ନିୟମ ବୋଲି ମାନିଛି ଯାହା
ବୁଝେଇ ସୁଝେଇ ପାରୁନି ମୁଁହି
ଚତୁର ଅନେକ ଚଲାକ ତତୋଧିକ
 ଆଳରେ ଛଳରେ ଖସି ପଳାନ୍ତି ବାହି

 ସ୍ୱାଧିନତା ବୋଲି ଭୋଗୁଛି ଯାହା
କୋଳେଇ କାଖେଇ ପାରୁନି କେବେ
 କର୍ତ୍ତବ୍ୟ ସମ୍ପନ୍ନ ଅଧିକାର ସମ୍ପାଦନ
 ଚର୍ବିତ ଚର୍ବଣ କରୁ କରୁ ବାହୁଡିଲେ ସର୍ବେ

 ସ୍ୱାୟତ୍ତତା ବୋଲି ପଢିଛି ଯାହା
ବୁଝୁଛି ସୁଝୁଛି ପାରୁନି କହି
ପଘାରେ ଜୀବନ ମାଘରେ ସପନ
ବିନ୍ଧୁଛି କେଞ୍ଚୁଛି ସର୍ବାଙ୍ଗ ପିଡ଼ାରେ ସହି

 ଶଶକ୍ତିକରଣ ବୋଲି ଶୁଭୁଛି ଯାହା
 ଆକାଶ କୁସୁମ ପରି ଦିଶେ ସୁନ୍ଦରିଆ
ହାତ ବଢ଼େଇଲେ ପାଦ ଆଗେଇଲେ
ପଦ୍ମ ଘୁଞ୍ଚିଯାଏ ଦୂରେ ବହୁ ଦୂରେ ମଲାଟଦିଆ


Rate this content
Log in

Similar oriya poem from Fantasy