STORYMIRROR

Panchanan Jena

Tragedy Fantasy

4  

Panchanan Jena

Tragedy Fantasy

ବିଦ୍ୟୁତଲୋଚନା ବର୍ଷା

ବିଦ୍ୟୁତଲୋଚନା ବର୍ଷା

1 min
0

କବିତା - ବିଦ୍ୟୁତଲୋଚନା ବର୍ଷା
ରଚନା - ପଞ୍ଚାନନ ଜେନା
ତାରିଖ -୧୨-୦୭-୨୦୨୬
++++++++++++++++++
ହେ ବର୍ଷା
ତୁମେ ରିମ୍ ଝିମ୍ ସେଇ ଅଭୂଲା ସଂଗୀତ
 ବାସ ଭିଜା ପ୍ରେମୀକାର ଅଭୂଲା ଇଙ୍ଗିତ

 ହେ ବର୍ଷା
ତୁମେ ସିମ୍ ସିମ୍ ଝରିଯାଅ ଆଷାଢ଼ ପ୍ରଭାତ
ଆକାଶ ଆଖିରୁ ଟପ୍ ଟପ୍ ଝରୁଥିବା ବ୍ୟାଘାତ

 ହେ ବର୍ଷା
ତୁମେ ଟୁପୁର୍ ଟାପର୍ ଝରୁଥାଅ ଉନ୍ମାଦ ଉତ୍ଖାତ
ତରୁ ତୁଣ ପାଦପ କୁସୁମ ବିନୋଦର ନୃତ୍ୟ ଉନ୍ନତ

 ହେ ବର୍ଷା
ତୁମେ କୁଣ୍ଡାଝଡା ହେଉ ହେଉ ଜଳ ପ୍ରପାତ
ରାସ୍ତାଘାଟ ଉପରେ ଅନାୟାସେ କରିପାର ଉତ୍ପାତ

 ହେ ବର୍ଷା
 ତୁମେ କଳାମେଘ କୋଳେ ଖେଳୁ ଖେଳୁ ବରକୋଳିଆ
ସୌଦାମିନୀ ସଙ୍ଗେ ଆସୁ କାହିଁକି ଡରାଅ ଘଡଘଡିଆ

 ହେ ବର୍ଷା
ତୁମେ ପାହାଡ଼ ସେପାଖୁ ଆସୁ ଆସୁ ବରଷି ଯାଅ
ଆଷାଢ଼ ଶ୍ରାବଣ ମାସ ତ କେବଳ ନାମିତ ଥାଅ

 ହେ ବର୍ଷା
ତୁମେ ସ୍ୱତଃସ୍ଫୁର୍ତ୍ତ ଜଳଚକ୍ର ବଳେ ଚକାଭଉଁରୀ
ଧରା ଧରଣୀ ଧରିତ୍ରୀ ପିନ୍ଧେ ସବୁଜ ପଣତ ଡୋରୀ

 ହେ ବର୍ଷା
ତୁମେ ଟପ୍ ଟପ୍ ଖସି ପଡ଼ ମେଘ ଡମ୍ବରୁ ଶ୍ୱନେ
ହସଲୁହ କି ଖୁସିକୋହ ବୁଝି ପାରେନା ମନେ ମନେ

 ହେ ବର୍ଷା
ତୁମେ ଖରାବେଳିଆ କାହିଁକି ବର୍ଷିଯାଅ ଅଣଚାଷ
ଛାତ ଉପରେ ଶୁଖିଲା ଲୁଗାକୁ ପୁଣି ଭିଜେଇ ହରଷ

 ହେ ବର୍ଷା
 ତୁମେ ଅଚାନକ ପଡ଼ ପଡ଼ ଫଡ଼ ଫଡ଼ କାହିଁକି ଗରଜ
ଛାତିକୁ ଥୁ ଥୁ କରି ଉଠି ପଡ଼ନ୍ତି କୁରଙ୍ଗୀନୟନା ମଉଜ ଫଉଜ

 ହେ ବର୍ଷା
 ତୁମେ ସମ୍ଭାବନାର ଶୁଭ ଉନ୍ମେଷ ସନ୍ତୋଷ ପ୍ରଦୋଷ
ବନ୍ୟା ବତ୍ୟାର ତାଣ୍ଡବଲୀଳା କାହିଁକି ରାଗରୋଷ

 ହେ ବର୍ଷା
 ତୁମେ ସୃଷ୍ଟି ସଂରଚନାର ବାର୍ତ୍ତାବହ ଶୁଭ ସଙ୍କେତ
ହଠାତ୍ ଉଭେଇ ଯାଅ କୁଆଡେ ଜଳସଙ୍କଟ ବିପଦ ଆଗତ

 ହେ ବର୍ଷା
ତୁମେ ବିଦ୍ୟୁତଲୋଚନା ଆକାଶକନ୍ୟା ଅପସରୀ
 ପାଳୁଥାଅ ସସାଗରା ସୃଷ୍ଟି ସମ୍ଭାର ପଣତ ପ୍ରସାରୀ


Rate this content
Log in

Similar oriya poem from Tragedy