STORYMIRROR

Panchanan Jena

Fantasy

4  

Panchanan Jena

Fantasy

ମେଘମାଳାର ମେଳା

ମେଘମାଳାର ମେଳା

1 min
0

କବିତା - ମେଘମାଳାର ମେଳା
 ରଚନା - ପଞ୍ଚାନନ ଜେନା
ତାରିଖ - ୧୫-୦୬-୨୦୨୬
+++++++++++++++
 ଦେହରୁ ଯେଁଉଁଠି ଧୂଆଁ ପରି ଉଠେ ଅଗ୍ନିର ଛୁଆଁ,
ମେଘମାନଙ୍କୁ କୁହ, ଅବିରତ ବର୍ଷି ଚାଲିବାକୁ
ଭେଦଭାବ ମାନିବେ ନାହିଁ ଛୁଆଁ ଅଛୁଆଁ
ବର୍ଷି ଚାଲିବେ ଗଳଗଳ ଅନର୍ଗଳ
ନଦୀ ନାଳ ପୋଖରୀ ସବୁ ପୂର୍ଣ୍ଣଗର୍ଭା ହେବାକୁ ଛାନିଆଁ

 ଏଠି ବିରହ ବେଦନା ଆଉ ସହି ହୁଏ ନାହିଁ,
 କୁହ, ଆଉ କେତେଦିନ ଏମିତି ଆମେ
ଅପେକ୍ଷାମାଣ ରହିବାକୁ ମନରେ ଦମ୍ଭ କାହିଁ
କୁହ , ଟୁପୁର୍ ଟାପୁର୍ ନୁହଁ ଲଗାଣ ବର୍ଷା ପରି
ଅଣଚାଷିଆ ବର୍ଷିବାକୁ
ଆଁ କରି ମାଟି ଖୋଲା ମେଲା ବସିଛି ଚାହିଁ
ସେହି ଆଦିମ ତୃଷ୍ଣା ତର୍ପଣ ଅର୍ପଣ କର ସରମ ନାହିଁ

 ଏଠି ସବୁ ନିଷ୍ଠୁର କଣ୍ଟକିତ ବେଦନା
ଦେହ ଆଉ ଦାହ ମଝିରେ ରିମ୍ ଝିମ୍ ଉନ୍ମାଦନା
କୁହ, ଆବର୍ତ୍ତ ସାବର୍ତ୍ତ ମେଘ ମାନଙ୍କୁ ନେଇ
ପାଟ ଥାଟରେ ଶ୍ରାବଣ ଆସୁ
ତୃଷାର୍ତ୍ତ ମାନଙ୍କୁ ଆକଣ୍ଠ ପାଣି ଦେଲେ ପରା
 ନୂତନ ନବୀନ ସୃଜନା ସର୍ଜନା ସୃଷ୍ଟି ସଂରଞ୍ଚନା

 ଏଠି ସବୁ ଶୁଖିଲା ଟାଙ୍ଗରା ଭୂଇଁ
ବୈଶାଖ ଝାଞ୍ଜିରେ ଶୁଷ୍କ ହେଲେଣି କେହି କେହି
କୁହ, ଐରାବତ ଶୁଣ୍ଢ ପକେଇ ଆସିବ ମେଘମାଳା
ଭେଳା ଭେଳା କଳାହାଣ୍ଡିଆ ବଉଦ ମାନଙ୍କର ଲଗେଇଦେବ ମେଳା
 ସେହି ପୂର୍ଣ୍ଣ ମହୋତ୍ସବରେ ଆନନ୍ଦ ଉତ୍ସବରେ
ବରକୋଳିଆ ଝପାକୁ ଝପାକୁ ଯିବ ବରଷି
 ସବୁରି ମନରେ ଆସିଯିବ ମୁରୁକି ହସ ପରସି
 ପୂର୍ଣ୍ଣକୁମ୍ଭ ପରି ଦିଶୁଥିବ ସୁରମ୍ୟ କଳସୀ ମାଦଳସୀ

 ଏଠି ମେଘର ଛତ୍ରଛାୟାରେ ବର୍ଷାଋତୁ ହେଉ ଧଇଁସଇଁ
 କୁହ , ବିଜୁଳିରାଣୀ ଝଲସିଲାଣି ବଉଦ କୋଳରେ
ଆଖି ମିଟିକା ସାଇଁ ସାଇଁ
କୁହ , ମେଘ ଡମ୍ବରୁ ଘଡଘଡି ବି ଛାତି ଥରେଇଲାଣି
ବୋଲବମ୍ ପାଇଁ
ପାଣିରେ ବୁଡ ମାରିବାକୁ ଇଚ୍ଛୁକ ଆସିବେ
ଆପଣା ଆପେ ଧାଇଁ
ଧୂଆଁ ନିଆଁର ନିର୍ଯାତନାରୁ ତ୍ରାହି ମିଳନ୍ତା ଟିକିଏ
ଦୟା କର ହେ ଜଗତ ସାଇଁ


Rate this content
Log in

Similar oriya poem from Fantasy