ଗୁରୁବେ ନମଃ
ଗୁରୁବେ ନମଃ
କବିତା -ଗୁରବେ ନମଃ
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୭-୨୦୨୬
++++++++++++++++
ମନେପଡ଼େ ସେହି
୧୯୮୮-୯୧ ମସିହା ବେଳର
ଫକୀର ମୋହନ କଲେଜ ପରିସର
ଲମ୍ବ୍ରାଟା ସ୍କୁଟର ଚଢ଼ି ଆସନ୍ତି ଆଗଭର
ଆମ ଗୁରୁଜୀ ଗୁରୁଶ୍ରେଷ୍ଠ ମାନ୍ୟବର
ଡକ୍ଟର ପ୍ରହ୍ଲାଦ ଚନ୍ଦ୍ର ମହାନ୍ତି ସାର୍
ଆସୁଥାନ୍ତି ପରିବ୍ରାଜକ ମୁଦ୍ରା ସମ୍ଭାର
କଳା ପ୍ୟାଣ୍ଟ ସହିତ
ଧୋବ ଫରଫର
ଧଳା ସାର୍ଟ
ଦିଶୁଥାଏ ଜ୍ଞାନିଗୁଣୀ ମନୋହର
ଓଡ଼ିଆ କ୍ଲାସ ନେଉଥିଲେ ଆତ୍ମମାନଙ୍କର
ବିଏ ପ୍ରଥମ ବର୍ଷର ପାସ୍ କୋର୍ସର
ହସ ହସ ମୁହଁରେ ମୁଠାଏ କଠାଏ ନୁହଁ
ଅସରନ୍ତି ଭଲ ପାଇବାର ଅପୂର୍ବ ସମ୍ଭାର
ମନେପଡ଼େ
ବହିର ପୃଷ୍ଠା ପରି ଫଡ଼ଫଡ଼ ଉଡ଼େ
କଲେଜରେ ବାର୍ଷିକ ଉତ୍ସବ ପାଳନ ବେଳେ
ମୂଖ୍ୟ ଅତିଥି ଚୟନ କରିବା
ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଆମନ୍ତିତ କରିବା
ତର୍କ ବିତର୍କ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିବା
ଏକାଙ୍କିକା ଗୀତିନାଟ୍ୟ ଲଘୁ ନାଟିକା ଲେଖିବା
ନାଟକ ନିର୍ଦ୍ଦେଶନା ଦେବା
ନିର୍ବାଚନ ବେଳେ ଛୋଟ ମୋଟ ଗୋଳମାଳରେ
ଅଗ୍ନିଶର୍ମା ଛାତ୍ରନେତାଙ୍କୁ ବୁଝେଇବା
ସଂକ୍ଷେପରେ ଚୁମ୍ବକରେ
ଚୁମ୍ବକୀୟ ମାନବୀୟ ନାଭିକୀୟ ବ୍ୟକ୍ତିତ୍ବ
ପ୍ରୀୟ ପୁରୁଷ ପରି ବିଜୟ କେତନ ଉଡ଼େ
ମୋର ଝାପସା ଝାପସା ମନେପଡ଼େ
ସଂପୂର୍ଣ୍ଣ ମନେ ପକେଇବାକୁ ଭାବନା ଯୋଡ଼େ
ଆହୁରି ଅନେକ ସ୍କୃତି ବିଜଡିତ ଅତୀତ ପୃଷ୍ଠାକୁ
ପୁଣି ସଜଫୁଲ ଚାଙ୍ଗୁଡ଼ି ପରି ଆଦରେ ସଜାଡ଼େ
ମୋ ଗୁରୁଜୀ ଆମର ପୂଜନୀୟ ବନ୍ଦନୀୟ
ତାଙ୍କର ଚରଣ ରେଣୁ ଆହୁରି ମହନୀୟ କମନୀୟ
ତାଙ୍କର ପାର୍ଣ୍ଡିତ୍ୟପୂର୍ଣ୍ଣ ଭାଷଣ ଆଜି ବି
କର୍ଣ୍ଣ ପଟଳରେ ବାଜେ ନମନୀୟ
ତାଙ୍କର ଛାତ୍ରବତ୍ସଳ ମୁରୁକି ହସ ଆଜି ବି
ଦିଶିଯାଏ ଅତୀତ ଆଇନାରେ ସମ୍ମାନନୀୟ
ଗୁରବେ ନମଃ ଶେଷ ପ୍ରଣାମ ପ୍ରଣମାମୀ
ପ୍ରଜ୍ଞା ପୂଜାରୀ ଚରଣେ ବରଣେ
ଅଧମ ଛାତ୍ରର ଭୂମିଷ୍ଠ ପ୍ରଣାମ ସ୍ମରଣାମୀ
