STORYMIRROR

Lokanath Rath

Inspirational

3  

Lokanath Rath

Inspirational

ପାଇକ ଯୁଦ୍ଧ

ପାଇକ ଯୁଦ୍ଧ

1 min
247

ପାଇକ ଯୁଦ୍ଧର ନାହିଁ ପଟାନ୍ତର, 

ସେ ଗର୍ବ ଆମ ଉତ୍କଳବାସୀଙ୍କର. 


ଖୋର୍ଦ୍ଧାର ମାଟି ହେଲା ରକ୍ତ ରଞ୍ଜିତ, 

ଦେଶଭକ୍ତ ବୀର ଦେଲେ ତାଙ୍କ ରକ୍ତ. 


ଦେଶଭକ୍ତ ବୀରଙ୍କ ପାଇଁ ଗର୍ବିତ, 

ଏ ଦେଶ ଗାଏ ତାଙ୍କ ବୀରତ୍ୱ ଗୀତ. 


ହସି ହସି ଝାସ ଦେଲେ ମୁକ୍ତି ଯୁଦ୍ଧେ , 

ସ୍ୱାଧୀନତାର ସେ ରଣକ୍ଷେତ୍ର ମଧ୍ୟେ. 


ସେ ତ ଥିଲେ ସବୁ ମାଟିର ମଣିଷ, 

ରଣ କୌଶଳର ନ ଥିଲା ଅଭ୍ୟାସ. 


ଯେବେ ଦେଶ ମାତୃକା ହେଲା ବନ୍ଦିନୀ, 

ଯୁଝିଲେ ସବୁ ତ ହାତେ ଅସ୍ତ୍ର ଘେନି. 


ବନ ପରଵତେ ଲୁଚି ତ ସେମାନେ, 

ଶିକ୍ଷା ଦେଲେ ଫିରଙ୍ଗୀଙ୍କୁ କାଳକ୍ରମେ. 


ଖଡ଼ ଖଡ଼ ଖଡ୍ଗର ଶବ୍ଦେ କମ୍ପିଲା, 

ଗୁଦୁମ ଗୁଦୁମ ଗୁଳି ସେ ଖାଇଲା. 


ଛାଡି ଦେଶ ପାଇଁ ହଳ ଲଙ୍ଗଳକୁ, 

ହସ୍ତେ ଖଡ୍ଗ ଧରି ଗଲେ ଯୁଝିବାକୁ. 


ଦେଶ ମାତୃକାର ସ୍ୱାଧୀନତା ପାଇଁ, 

ଫିରଙ୍ଗୀଙ୍କୁ ଶିକ୍ଷା ଦେଲେ ରକ୍ତ ଦେଇ. 


ସ୍ୱାଧୀନତାର ସେ ମୁକ୍ତିଯୋଧ୍ୟା ସାଜି, 

ଯୁଝିଲେ ବୀରତ୍ୱ ସହ ରକ୍ତେ ଭିଜି. 


ଦେଶ ପାଇଁ ଛାଡି ନିଜ ଘର ଦ୍ୱାର, 

କରିଲେ ଭାରତକୁ ସେ ପରିବାର. 


ତାଙ୍କ ସ୍ୱାଧୀନତାର ହୁଙ୍କାର ଶୁଣି, 

ଆନନ୍ଦେ ହସିଲା ଉତ୍କଳ ଜନନୀ. 


ସେମାନେ ଜାତିର ତ ଯୋଗ୍ୟ ସନ୍ତାନ, 

ଇତିହାସ କରେ ତାଙ୍କ ଗୁଣ ଗାନ. 


ଭାରତ ମାତାର ସୁଯୋଗ୍ୟ ସନ୍ତାନ, 

ତାଙ୍କ ପାଇଁ ଆଜି ଏ ମାଟି ମହାନ. 


ଦେଶବାସୀ ତାଙ୍କୁ କରନ୍ତି ପ୍ରଣାମ, 

ଗାଇଥିଲେ ସେ ତ ବନ୍ଦେ ମାତରମ. 


ତୁମେ ଆମ ଗର୍ବ, ତୁମେ ତ ଗୌରବ, 

ଏ ସଂସାରେ ତୁମେ ଅମର ରହିବ. 


ଏ ଆମ ତ୍ରିରଙ୍ଗା ସାକ୍ଷୀ ତ ରହିବ, 

ତୁମ ବଳିଦାନ ତ ବୃଥା ନ ଯିବ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational