STORYMIRROR

Gargi Mishra

Drama Tragedy Fantasy

3  

Gargi Mishra

Drama Tragedy Fantasy

ପାହାଡି ଗାଁ

ପାହାଡି ଗାଁ

1 min
159


ଭାଗ୍ୟକଥା କି କହିବି ସତରେ ବିଚିତ୍ର 

ମୋ ଭିତରେ ସମୁଦ୍ର ଆଉ ବାହାରେ ସମୁଦ୍ର


ଆମ ଗାଁ ପାଖରେ ସମୁଦ୍ର, ସେ ସମୁଦ୍ରରେ ଝଡ଼

ବାଟଓଗାଳି ବସିଥାଏ ଦେଖ ମଝିରେ ପାହାଡ଼ 


ତଳେ ତତଲା ବାଲି, ଉପରୁ ନିଆଁହୁଳାର ବରଷା

ନା ଫୁଲଫୁଟେ ବର୍ଷସାରା ନା ଅଗଣାରେ ଆଶା 


ଏପାଖେ ବଳରାମ ଆଉ ସେପାଖରେ ରୁଖୀ

ପାହାଡ଼ ମଝିରେ ଗାଁଟିଏ ମା' ପରି ଦୁଃଖୀ


ଥୋଡେ ମିତ୍ରତା ଆଉ ଥୋଡେ ମିଠା ପ୍ରତିଶୃତି

ଦେଇ ବାନ୍ଧିଦେଲ କିଛି ମନୋରମ ସ୍ମୃତି 


କେବେ ଲାଗେ ଯେବେ ଜନ୍ମ ହୋଇଥିଲ ତୁମେ

ମୋତେ ଆଣି ଆସିଥିଲ ବୋଧହୁଏ କର୍ମେ 


ଜ୍ୱଳନ୍ତ, ଅଶାନ୍ତ ମନେ ରହିତ ହୁଏନା 

ଜୀବନ ସଲଫ୍ୟୁରିକଏସିଡ ପିଇ ବଞ୍ଚିବି ହୁଏନା 


ଭରିବାକୁ ଦରକାର ପ୍ରାଣରେ ମୂର୍ଚ୍ଛନା

କିଛି ଶାନ୍ତ ଆଉ କିଛି ମୁକ୍ତ ସମ୍ଭାବନା 


ଭାରି ମନୋଇ ସେଇ ପାହାଡି ଝରଣା..

ନିରନ୍ତର ବହେ କେବେ ହୋଇ ଆନମନା 


ରୌଦ୍ରତାପେ କେବେ କେବେ ଶୁଖିଯାଏ ଝର

ବୁଲି ବୁଲି ଖାଲି ମନଚାହେଁ ଥରକୁ ଥର


ଗାଁ ଓ ତୁମକୁ ଛାଡି ଯିବାକୁ ମୁଁ ତତ୍ପର

ବ୍ୟାକୁଳତା ନୁହେଁ ଭୋକବ୍ୟାଧି ଉପଚାର 


ସବୁଜ ପ୍ରକୃତିବି ଦିଏ ରଙ୍ଗ ବଦଳାଇ 

ସବୁକିଛି ଅନିଶ୍ଚିତ ସବୁତ ଅସ୍ଥାୟୀ


ପେଟ ପାଇଁ ସହରକୁ ଯାତ୍ରା ଆରମ୍ଭିଲି

ମୃତ୍ୟୁ ଡ଼ାକିନେଲା ଖାଲି ଗାଁ ଗାଁ ଝୁରିଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama