ପାଗଳୀ ବି ଦିନେ ଭଲ ଥିଲା
ପାଗଳୀ ବି ଦିନେ ଭଲ ଥିଲା
ସେ ବଡ଼ ପରିବାର ବଡ଼ ବୋହୂ ଥିଲା
ସଭ୍ୟତା ସଂସ୍କୃତିର ପ୍ରତୀକ ଥିଲା
ପୁଅ ଝିଅଙ୍କୁ କୋଳେଇ
କାଖେଇ ବଡ଼ କରିଥିଲା
ଯେବେଠାରୁ ଟ୍ରକ ଦୁର୍ଘଟଣାରେ
ତା ୨୦ବର୍ଷ ପୁଅଟିର ଜୀବନ ଯାଇଛି
ସେବେଠାରୁ ସେ ଖାଲି ରାସ୍ତା ଘାଟରେ
ବୁଲି ନିଜ ହଜିଲା ପୁଅକୁ ଖୋଜୁଛି
ମୋ ଛୁଆଟା କିଛି ଖାଇ ଥିବ କି ନାହିଁ
ନିଜକୁ ନିଜେ ପଚାରି ହେଉଛି।
ରାସ୍ତା ଘାଟ ମାଟି ଯେଉଁଠି ପାରୁଛି
ସେଠି ବସି ପଡୁଛି
କୃଷ୍ଣ ବିହୁନେ ଯଶୋଧା ପରି
ତା ଅବସ୍ଥା ହେଲାଣି।
ସବୁ ଜୀବନରେ ସବୁ ଖୁସି ମିଳେନି
ସେ ପାଗଳୀର ବଞ୍ଚିବା ଆଶା ମରିଯାଇଛି।
ସେ ନିଜକୁ ପୁରାପୁରି ଭୁଲିଯାଇଛି।
ଆଜି କିଏ ଜାଣି ପାରିବ
ଏ ଦିନେ କେତେ ଭଲ ସଂସ୍କାର ଧର୍ମୀ
ସ୍ତ୍ରୀ ଲୋକ ଥିଲା ।
