ପାଗେଳି ମାଆ
ପାଗେଳି ମାଆ
ବୁଢ଼ୀ ମାଆଟି ପାଗେଳି ହେଇ
ବୁଲେ ବଜାର ଘାଟ
ନିଜ ଅତୀତ ଭୁଲି
ହସି ଦିଏ ସେହି ନିରୀହ ମୁହଁ
ପଚାରି ଦେଲେ ତୋର ନାଆଁଟି କହ ବୋଲି ।
ପେଟ ବିକଳେ ଅନେଇ ରହେ
ଯାହା ଦେଲେ ଯିଏ ଖୁସିରେ ଖାଏ
ଲୋକ ବାକରେ କହନ୍ତି କେହି
ଅମୁକ ଗାଆଁ ତାର ନାହାନ୍ତି କେହି
ପତି ପୁତ୍ର ହରେଇ କେତେ ଦୁଃଖ ଯାତନା ବୁଢ଼ୀଟି ସହି
ଯାଇଛି ବୋଧହୁଏ ପାଗେଳି ହେଇ ।
ଆମ ଗାଆଁ ଆଡେ ଯେବେ ଆସଇ
ମାେ ଘର ଆଗେ ଘଡ଼ିଏ ବସଇ
ପିଲା ଖେଳକୁ ନିରେଖି ଦେଖେ
ଶରଧାରେ ବୁଢ଼ୀ ପାଖକୁ ଡାକେ ।
ମଣିଷ ଛାଡ଼ି ସମ୍ପର୍କ ମୋହ
ଦୁନିଆ ଦାଣ୍ଡେ କେମିତି ବଞ୍ଚିବ କୁହ
ଜନମ ମୃତ୍ୟୁ ମଝି ଯାତ୍ରାରେ
ପାଗଳ ହୋଇ ଅଭିନୟ ସେ କରେ
ଆହା ଦଇବ କେଡେ ଦାରୁଣ
ମଣିଷର ବି ଏ ଅବସ୍ଥା କରୁଣ
ନିର୍ବୋଧ ସାଜି ଜୀବନ ବଞ୍ଚେ
କି ଲାଭ ଏ ଅଭିନୟ ସଂସାର ରଙ୍ଗମଞ୍ଚେ ।।
