STORYMIRROR

RUKEYA JABEEN

Children

4  

RUKEYA JABEEN

Children

ଓମିକ୍ରନ ର ଆତ୍ମକଥା

ଓମିକ୍ରନ ର ଆତ୍ମକଥା

1 min
857

ଓମିକ୍ରନ୍ କହେ ,ଦେଖ ନୂଆ ରୂପରେ,

ଉଭା ହେଲି ମୁହିଁ କରୋନା,

କାମ ଧନ୍ଦା ଆଉ କିଛି ତ କରନା,

ସାବଧାନ ତୁମେ ମୁଁ ଏବେ ପ୍ରଚଣ୍ଡ ପ୍ରଭାବଶାଳୀ,

ସାଜିଛି ଭୟଙ୍କର ଠୁ ଭୟଙ୍କର ମହାମାରୀ,

ସାରା ବିଶ୍ବରେ ଖେଳୁଛି ମୋହରି ବାର୍ତ୍ତା,

ଜନମାନସ ମୁଖେ ମୁଁ ହେଉଛି ଚର୍ଚ୍ଚା,

ମୋ ଠାରୁ ଦୂରତା ବଜାୟ ରଖ ହେ ମାନବ ଜାତି,

ହାତ ଗୋଡ ବାନ୍ଧି ବସ ପଛେ ଘରେ ଦିନ ରାତି ।


ମୁଁ ଥିଲି ଅତ୍ୟନ୍ତ ଘନ ଅରଣ୍ୟେ ,

ସ୍ୱଚ୍ଛ , ଶୀତଳ, ସୁନ୍ଦର, ସବୁଜ ବନେ,

ଉଡୁଥିଲି ଡାଳରୁ ଡାଳ ବସି ବାଦୁୁୁଡି ଡେଣାରେ,

କରୁଥିଲି ବିଚରଣ ଏ ଦିଗରୁ ସେଦିିଗ ସର୍ପ ବିଛଣାରେ,

ଓଟ ମୂଷା ବେଙ୍ଗ ଭଳି କେତେ ଜୀବଜନ୍ତୁ,

ଥିଲେ ମୋ ବାସଗୃହ,

ନ ଥିଲା ତ ସେଠି ଶବ୍ଦ କିନ୍ତୁ, ପରନ୍ତୁ,

ନ ଥିଲି ମୁହିଁ ଏତେ ଅସହାୟ,

ପ୍ରକୃତି କୋଳେ ଖେଳୁଥିଲି ନିତି ଦୋଳି ଆନନ୍ଦର,

ଯେବେଯାଏଁ ନ ଥିଲି ସାଜି ,

ମୁଁ ଏଇ ମାନବର ଆହାର ।


ଯେତେେଦିିନ ଚଳଚଞ୍ଚଳ ମୁଁ ଏଇ ଆଧୁନିକ ବନେ,

ଶୁୁଣ ହେ ମଣିଷ ରୁହ ତୁମେ ଅତିିବ ଯତନେ, 

ନାକରେ ମୁହଁରେ ବାନ୍ଧ ସଜାଡି ମୁଖା ,

ହାତକୁ ସାବୁନରେ ବାରମ୍ବାର କର ସଫା,

ଜନସମାଗମ ନ କର ଏହି ସମୟେ କୋଉଠି,

ଦୂୂରତ୍ୱ ରଖ ନିଜ ନିଜ ଭିତରେ ଦେଇ ମାପକାଠି,

ଆଲିଙ୍ଗନ କରମର୍ଦନ ନ କର ଜମା ଏବେ,

ରହିବ ସୁୁରକ୍ଷିିତ ତୁମେ ଗୋ ତେବେ,

ଯଦି ହୁଏ ଥଣ୍ଡା, ଜ୍ୱର , କାଶ ଅବା ଛିଙ୍କ,

ପୁଣି , ଶ୍ୱାସ ପ୍ରକ୍ରିୟାରେ ଦେଖାଯାଏ କିଛି ଫାଙ୍କ,

ବେଗେ ଛୁୁୁଟିିଯାଅ ଅଦୂୂରସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର,

ଡାକ୍ତର ପରାମର୍ଶ ନିଅ ନ କରି ତିଳେ ଦ୍ୱନ୍ଦ।


ମୋ ପ୍ରକୋପର ମିିଳିନାହିଁ ପ୍ର୍ରତିକାର,

ଉପାୟ ଖୋଜୁଛି ମନୁଷ୍ୟ ଶ୍ରେଷ୍ଠ ଜୀବ ଏ ଜଗତର,

ପାଣି , ପବନରେ, ଧୂୂଳି ମଳି ସାଥେ ,

ଘୂରିବୁୁୁଲେ ମୁହିିଁ ବସ୍ତୁର ବସ୍ତୁକୁ ଶରୀରରୁ ଶରୀରକୁ,

ଅଜଣା ଅଶୁଣା ପଥେ,

ଦିଗହରା ,ବାଟହରା, ପଥିକଟେ ପରି,

ଘୁରୁଅଛି ଏଣେ ତେଣେ ଏପଟେ ସେପଟେ,

ରାହା ପାଉ ନାହିଁ ଫେରିବି କେମିତି,

ମୋ ସରଳ ଶୀତଳ ଦୁନିିଆକୁ,

ଅବା ଯିିିବି ଶୋଇ ଶେଷ ନିଦ୍ରାରେ ,

ପାରୁନି ଯେ ସହି ଆଉ,

ମୋ ନାମେ ପ୍ରଚାରିତ , ପ୍ରସାରିତ ନିିନ୍ଦା ଅପବାଦକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children