STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ଓହ୍ଲାଇ ଆସ ମା ଧରାକୁ

ଓହ୍ଲାଇ ଆସ ମା ଧରାକୁ

1 min
448

ମା ଗୋ ମା ଦଶଭୂଜା ମା ମୋର ଥରେ ଦେଖ ତୁମର ଧରାକୁ,

କେବଳ ଚାରିଆଡେ ହାହାକାର କୋଳାହଳ ବିକଟ ଚିତ୍କାର,

ଅଣନିଶ୍ବାସି ମଣିଷ ଏଠି ଶାନ୍ତି ନାହିଁ କେବଳ ଅଶାନ୍ତି ଅଶାନ୍ତି,

କେତେ ବା ସହିବ ସିଏ ଖୋଜେଖାଲି ଟିକିଏ ମୁକତି ॥

ତୁମେ ସିନା ଗୋଟିଏ ମହିଷାକୁ କରିଦେଲ ବଧ,

ଏଠି କିନ୍ତୁ ଆଜି କୋଟି କୋଟି ମହିଷା ସବୁ ତୋ ସୃଷ୍ଟିରେ ବିପଦ,

ହସ ଏଠି ସାତ ସପନ ମା ଲୁହେ ଖାଲି ଭିଜୁଛି ପଣତ,

ପର କିଏ ଆପଣାର ସବୁ ଲୋକ ଦେଖାଣିଆ ମିଛର ମହତ ॥

ମିଛରେ ମିଛରେ ସବୁ ଯେତେ ଭଲ ପାଏ କିଏ ବା କାହାକୁ,

ମିଛ ହସ ଉକୁଟୁଛି ହେଲେ ବିଷ ସବୁ ପେଟେ ଥାଏ,

ନାଗ ଠାରୁ ଆହୁରି ଭୟଙ୍କର ଦଂଶନରେ ଜାଳା ହୁଏ.

କିଏ ଅବା କେମିତି ବି ମିଛରେ ମିଛରେ କହୁଛି କାହାକୁ I

ତୁମ ସୃଷ୍ଟି ଏମିତି ତ ନଥିଲା ମା ଭାରିଭଲ ଥିଲା,

ଭାଇଚାରା ପ୍ରେମ ଭକ୍ତି ଆନନ୍ଦରେ ଭରିଥିଲା,

ଶାନ୍ତିଥିଲା ଚାରିଆଡେ ମିଳନର ଆନନ୍ଦ ବି ଥିଲା,

ହସର ପସରା ସବୁ ଚାରି ଆଡେ ମନମତାଣିଆରେ ଭରିଥିଲା |

ଆଜି ସବୁ ଓଲଟି ଯାଇଛି, ହସ ଏଠି ବିଷ ଆହୁରି ଜଳନ,

ମନ ଏଠି ମାନୁ ନାହିଁ ଅବିଶ୍ୱାସେ ଯେତେକ ବନ୍ଧନ,

ସବୁଠି କେବଳ ମାଆ ଲୋ ଅହମିକା ମାୟା ମରୁବାଲି,

ତୁମେ ଆଉ ଥରେ ଆସ ମା ଓହ୍ଲାଇ ଧରାକୁ ଦେଖ ଆଖ୍ ଖୋଲି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics