STORYMIRROR

Geetanjali Prusty

Abstract Children

4  

Geetanjali Prusty

Abstract Children

ଓଡ଼ିଶା ମାଟିର ଶିଳ୍ପୀ ପୁଅ

ଓଡ଼ିଶା ମାଟିର ଶିଳ୍ପୀ ପୁଅ

1 min
394


କୁହରେ କୁହ ଓଡ଼ିଶା ମାଟିର ଶିଳ୍ପୀ ପୁଅ

ଆନ କୋଣାରକ ଗଢ଼ିକି ପାରିବ

ବିଶ୍ୱ ଦରବାରେ ରଖିବ ଟେକ

ନିହାଣ ମୁଗୁର ହାତରେ ଧରି

କଠିନ ଶିଳାରେ ପରଶ ଦିଅ

କୁହରେ କୁହ ଓଡ଼ିଶା ମାଟିର ଶିଳ୍ପୀ ପୁଅ l


ଚନ୍ଦ୍ରଭାଗା ଜଳେ କଳା କୌଶଳରେ

ପଥର ଉପରେ ପଥର ଖଞ୍ଜି

ଗଢ଼ି ଦେଇଥିଲେ ତୁମ ପୂର୍ବ ସୂରୀ

ଭଗ୍ନ ମୁଖଶାଳା ରହିଛି ଆଜି

ସେହି ସ୍ମୃତି କାହିଁ ପାଶୋରି ଦିଅ

କୁହରେ କୁହ ଓଡ଼ିଶା ମାଟିର ଶିଳ୍ପୀ ପୁଅ l 


ଦେଉଳ ଗାତ୍ରରେ ଚିତ୍ରକଳା ଯେତେ

ଜୀବନ୍ତ ରୂପର ମହାନ ଛୁଆଁ

ଦେଖି ବିମୋହିତ ବିଶ୍ୱ ଜନତା

ଯେତେ ଦେଖୁଥିଲେ ଲାଗୁଛି ନୂଆ

ଗଢ଼ିଥିଲା କିଏ ଏହି କଳାକୃତି

ପାରୁଛ ଯଦିହେ ଉତ୍ତର ଦିଅ

କୁହରେ କହ ଓଡ଼ିଶା ମାଟିର ଶିଳ୍ପୀ ପୁଅ l


ବିଜ୍ଞାନ ଯୁଗର ବୈଷୟିକ ଜ୍ଞାନ

କଳା କୌଶଳର ଅଭାବ ନାହିଁ

ତଥାପି ଶିଳ୍ପୀହେ ଡରୁଛ କାହିଁ

ପୂର୍ବ ପୁରୁଷଙ୍କୁ ସ୍ମରଣ କରି

ତାଙ୍କରି ଆଶିଷ ମଥାରେ ଧରି

ଆନ କୋଣାରକ ଗଢ଼ିବା ପାଇଁ

ନିହାଣ ମୁଗୁର ହାତରେ ନିଅ

କୁହରେ କୁହ ଓଡ଼ିଶା ମାଟିର ଶିଳ୍ପୀ ପୁଅ l


Rate this content
Log in

Similar oriya poem from Abstract